
ବିଷମକଟକ,୦୧-୧୨-୨୦୨୦(ରାୟଗଡା ଜିଲ୍ଲା/ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଚାଟିକଣା ନିୟନ୍ତ୍ରଣ ବଜାର କମିଟି ଠାରେ ମଙ୍ଗଳବାର ଦିନ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନ ଚାଟିକଣା ର ଚାଷୀ ରାମଚନ୍ଦ୍ର ନାଲା ଉଦଘାଟନ କରିଥିଲେ। ଏହି ଉଦଘାଟନ ରେ ବିଷମକଟକସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ସାନ୍ତୁନୁ ସାହୁ ଉପସ୍ଥିତ ଥିଲେ।ଓ ଚାଟିକଣା ପଚାୟତ ର ସମସ୍ତ ଚାଷୀ, ମିଲରସ୍, ଓ ସମବାୟ ସମିତିର ଓ ନିୟନ୍ତ୍ରଣ ବଜାର କମିଟି ର ସମସ୍ତ ଷ୍ଟାପ୍ ଉପସ୍ଥିତ ଥିଲେ।








