
ଶେରଗଡ଼,୦୧-୧୨-୨୦୨୦(ଜିଲ୍ଲା ଖବର): ଶେରଗଡ଼ ବ୍ଲକ କରଡାକଣା ପଂଚାୟତ ବାରସିଂ ବିଟି ଅଞ୍ଚଳରେ ଦକ୍ଷିଣ ବନ ଖଣ୍ଡରେ ଲାଉଗଡ଼ ନିକଟରେ ରତନେଇ ଜଙ୍ଗଲ ପାଖରେ ଥିବା ଏକ ଘନ ବିଲରେ କାଦୁଅରେ ଫସିଯିବାରୁ ମୃତୁ ହୋଇଥିବା ଆସିକା ରେଞ୍ଜର କହିଛନ୍ତି। ମୃତ ହାତୀର ବୟସ ୩ ମାସ ବୋଲି କହିଛନ୍ତି। ସେରଗଡ଼ ସେକ୍ସନ ବାରସିଂ ବିଟ କରଡାକଣା ପଞ୍ଚାୟତ ଲାଉଗୁଡା ଗ୍ରାମ।କାଲି ସଂଧ୍ୟା ୬ ଟାରେ ହାତୀ ପଲ ସହ ଯାଉଥିବା ସମୟରେ କାଦୁଅ ବିଲରେ ଲାଗି ମୃତ ହୋଇଥିବା ସୂଚନା।
ଉଦ୍ଧାର କରିବାକୁ ପ୍ରୟାସ କରିବା ସମୟରେ ହାତୀ ପାଳଙ୍କ ଭୟରେ ନିକଟକୁ ଯାଇ ହେଲାନି। ମୋଟ ମୃତ ହାତୀ ଛୁଆ ସହିତ ୧୩ ଟି ହାତୀ ଆସିଥିଲେ। ସେଠାରୁ ବର୍ତ୍ତମାନ ମୃତ ହାତୀକୁ ଆଣି ଷଡ଼ଙ୍ଗୀ ପଲ୍ଲୀ ବନପାଳଙ୍କ ବାସ ଗୃହରେ ରଖାଯାଇଛି। ଆସିକା ବନ ବିଭାଗ ଦ୍ୱାରା ସେରଗଡ଼ ପ୍ରାଣୀ ଚିକିତ୍ସାଳୟ ରେ ପୋଷ୍ଟ ମୋଟମ ପରେ କବର ଦିଆଯିବାର ସୂଚନା ଦେଇଛନ୍ତି ଆସିକା ରେଞ୍ଜର ପ୍ରଶାନ୍ତ କୁମାର ସାହୁ |












