
ବିଷମକଟକ,୩୦-୧୧-୨୦୨୦(ରାୟଗଡା ଜ଼ିଲ୍ଲା/ପ୍ରସ୍ନନ ପଣ୍ଡା):
ବିଷମକଟକ ଅନ୍ତର୍ଗତ ଗୁଣୁପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବେଆଇନ ଭାବେ ଜଗନ୍ନାଥପୁର ନଦୀରୁ ବାଲି ଚାଲାଣ ହେଉଥିବା ବେଳେ ତିନି ଜଣ କୁ ଗିରଫ କରାଯାଇଛି ସେମେନେ ହେଲା(1).ପ୍ରଦୀପ ମାଣଡଙ୍ଗି (2).ରବି କୁମାର ଟିଂଗା (3).ରାଜା ରାଓ ସବାର ବାଲିଭର୍ତ୍ତି ଟ୍ରାକ୍ଟର ଜବତ କରିବା ସହ ତିନି ଜଣ ଡ୍ରାଇଭରଙ୍କୁ ଗିରଫ କରିଥିବା ଜଣାପଡ଼ିଛି । AP 30 Y 8479 ନମ୍ବର ଟ୍ରାକ୍ଟର ଜଗନ୍ନାଥପୁର ନଦୀରୁ ପଠାରୁ ବେଆଇନ ଭାବରେ ବାଲି ନେଇ ଆସୁଥିବା ବେଳେ ପୋଲିସ ହାବୁଡରେ ପଡିଥିଲେ । ଗୁଣୁପୁର ଥାନା ପୋଲିସ PS Case No. 212/2020 Dt. 30.11.2020 ରେ ପୃଥକ ମାମଲା ରୁଜ୍ଜୁ କରି ଭାରତୀୟ ପିଙ୍ଗଳ ଧାରା ୩୭୯/୩୪ ରେ ଟ୍ରାକ୍ଟର ଜବତ କରିବା ସହ ତିନି ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଗୁଣୁପୁର ଥାନାଧିକାରୀ ଏସ ପି ବେହେରା ସୂଚନା ଦେଇଛନ୍ତି ।








