
ନୂଆଦିଲ୍ଲୀ, ୩୦-୧୧-୨୦୨୦ (ଦିଲ୍ଲୀ / ଲଷ୍ମୀନାରାୟଣ ବେବର୍ତ୍ତl) : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଓ ଏହାର ଉପକଣ୍ଠବର୍ତ୍ତୀ ସହର ଗୁଡିକ ମଧ୍ୟରେ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ଗୁଡିକ ରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଅତି ଭକ୍ତି ଓ ଶ୍ରଦ୍ଧା ସହକାରେ ପାଳିତ ହୋଇଥିବା ବେଳେ ବେଶ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା.ପ୍ରାୟ ସମସ୍ତ ମନ୍ଦିର ଗୁଡିକରେ ସ୍ଥାନୀୟ ପ୍ରବାସୀ ଓଡ଼ିଆ ମାନେ ମାସ୍କ ପରିଧାନ ସହ ସରକାର ଙ୍କ କୋଭିଡି ଗାଇଡ଼ଲାଇନ କୁ ମାନି ସାମାଜିକ ଦୂରତା ବଜାୟ ରଖି ମହାପ୍ରଭୁ ଙ୍କ ଦର୍ଶନ କରିବା ସହ ହବିଷ୍ୟାନ୍ନ ନେଇ ଯାଇଥିଲେ |
ତେବେ ସାମ୍ପ୍ରତିକସ୍ଥିତି ରେ ସୃଷ୍ଟି ହୋଇଥିବା ଭୟlବହ ମହାମାରୀ କରୋନା ଯୋଗୁ କିଛି ମନ୍ଦିର ରେ ଭକ୍ତ ଙ୍କ ସଂଖ୍ୟା ହ୍ରାସ ପାଇଥିଲା. ପ୍ରବାସୀ ଓଡ଼ିଆ ମାନଙ୍କ ମୁଖ୍ୟ ମିଳନ ସ୍ଥଳ କୁହାଯାଉଥିବା ଦିଲ୍ଲୀ ର ହାଉଜ଼ଖlସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ପ୍ରତ୍ୟୁଷ ରୁ ଶ୍ରୀ ଜୀଉ ମାନଙ୍କ ଦୈନିନ୍ଦନ ନୀତି ସମ୍ପନ୍ନ ହେବା ପରେ ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ୱାର ଖୋଲାଯାଇଥିଲା. ଭକ୍ତମାନେ ସୃଖଳିତ ଭାବେ କୋଭିଡି କଟକଣାକୁ ମାନି ଜଣେ ଜଣେ ଯାଇ ଶ୍ରୀ ବିଗ୍ରହ ଙ୍କ ସହ ପାର୍ଶ୍ୱ ଦେବlଦେବୀଙ୍କୁ ଦର୍ଶନ କରିଥିଲେ |
ତେବେ ପୂର୍ବବର୍ଷ ଗୁଡିକ ତୁଳନା ରେ କରୋନା ର ଭୟଯୋଗୁ ଚଳିତ ବର୍ଷ କମ ସଂଖ୍ୟକ ଭକ୍ତ ଆସିଥିବା ଦେଖାଦେଇଥିଲା. ଶ୍ରୀ ନୀଳାଚଳ ସେବାସଙ୍ଘ ପକ୍ଷରୁ ପଂକ୍ତି ପ୍ରସାଦସେବନ ର ବ୍ୟବସ୍ଥା ଚଳିତ ବର୍ଷ ବନ୍ଦ କରାଯାଇ ସମସ୍ତ ଆଗନ୍ତୁକ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପୂର୍ବାହ୍ନ ଏଗାରଟା ଠାରୁ ପ୍ରସାଦ ଥଳି ବିତରଣ ବ୍ୟବସ୍ତା କରାଯାଇଥିଲା. ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ମନ୍ଦିର ତରଫରୁ ସାଂକେତିକଭାବେ ବୋଇତବନ୍ଦାଣ ଉତ୍ସବପାଳନ କରାଯାଇଥିଲା |
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ରପ୍ରଧାନ ଙ୍କ ଧର୍ମପତ୍ନୀ ଶ୍ରୀମତୀ ମୃଦୁଳl ଠାକୁର ପ୍ରଧାନ ଅତିଥି ଭାବେ ଯୋଗଦେଇ ମନ୍ଦିରବେଢା ମଧ୍ୟରେ ଥିବା ଝରଣା ମଧ୍ୟରେ ଏକ ସୁସଜ୍ଜିତ ସୋଲ ଓ କାଠ ନିର୍ମିତ ପ୍ରସ୍ତୁତ ବୋଇତ (ଡ଼ଙ୍ଗା)କୁ ଭସାଇ କଳିଙ୍ଗ ର ଅତୀତ ର ଐତିହାସିକ ନୌବାଣିଜ୍ୟ ଯାତ୍ରା କୁ ସ୍ମୁତିଚାରଣ କରାଇବା ସହ କାର୍ତ୍ତିକ ପୁର୍ଣିମା ର ମହତ୍ୱ ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ. ମା, ମାଉସୀ ଭଉଣୀ ମାନଙ୍କ ହୁଳହୁଳି, ଶଙ୍ଖ,ହରିବୋଲ ଘଣ୍ଟଧ୍ୱନି ମଧ୍ୟରେ ମନ୍ଦିର ବେଢା କିଛି ସମୟ ଯାଏ ପ୍ରକମ୍ପିତ ହୋଇଉଠିଥିଲା |
ଉତ୍ସବ ରେ ମନ୍ଦିର ସମ୍ପାଦକ ରବୀନ୍ଦ୍ର ପ୍ରଧାନ ଯୋଗଦେଇ କଳିଙ୍ଗ ର ଓଡ଼ିଆପୁଅମାନଙ୍କ ର ର ଅତୀତ ର ସେହି ଦୁଃସାହାସିକ ନୌବାଣିଜ୍ୟ ଯାତ୍ରା ର ସ୍ମୁତି ଚାରଣ କରିବା ସହ ବିଧି ଓ ପରମ୍ପରା ରକ୍ଷାକରି ଶ୍ରୀ ନୀଳାଚଳ ସେବା ସଙ୍ଘ କାର୍ତ୍ତିକପୁର୍ଣିମା ଉତ୍ସବ ଦୀର୍ଘବର୍ଷ ଧରି ପାଳନ କରିଆସୁଥିବା ବେଳେ ଗତ ତିନି ବର୍ଷ ଧରି ଏହି ବୋଇତ ବନ୍ଦାଣ ଉତ୍ସବ ପାଳନ କରି ଆମ ସଂସ୍କୃତି,ପରମ୍ପରା କୁ ରକ୍ଷା କରିବା ସହ ଉଜ୍ଜୀବିତ କରି ରଖିଛି ବୋଲି କହିବା ସହ ସରକାର ଙ୍କ କୋଭିଡିଗାଇଡ଼ ଲାଇନ କୁ ଅନୁପାଳନ ପାଳନ କରାଯାଇ |
ଏବଂ ସତର୍କତା କୁ ଦୃଷ୍ଟି ରେ ରଖି ଚଳିତ ବର୍ଷ କିଛି ବିଶେଷ ପଦେକ୍ଷପ ନିଅଯାଇଥିବା ସମ୍ପାଦକ ଶ୍ରୀ ପ୍ରଧାନ ଆମ ପ୍ରତିନିଧି ଙ୍କୁ ସୂଚନା ଦେଇଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଆଜିର ଏହି ପବିତ୍ର ଉତ୍ସବ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ଲୋକସଭା ସାଂସଦ ଶ୍ରୀ ଜୁଏଲଓରାମ, ପୂର୍ବାହ୍ନ ରେ ଆସି ଶ୍ରୀ ଚତୁର୍ଦ୍ଧାମୂର୍ତ୍ତୀ ଙ୍କୁ ଦର୍ଶନ କରିଥିଲେ | ଉତ୍ସବ କୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ଦିଗରେ ମନ୍ଦିର ର କିଛି ପ୍ରମୁଖ କର୍ମକର୍ତ୍ତା,ଙ୍କ ସହ ସର୍ବୋଚ୍ଚ ନ୍ୟାୟlଳୟ ର ବରିଷ୍ଠ ଆଇନଜୀବି ଜିତେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବା ଦେଖାଦେଇଥିଲା |















