
ବେଲଗୁଣ୍ଠା, ୩୦-୧୧-୨୦୨୦(ଗଂଜାମ ଜ଼ିଲ୍ଲା / ଶିବରାମ ଚୌଧୁରୀ) :
ରବିବାର ଦିନ ବିଜେପି ନେଟଙ୍ଗା ମଣ୍ଡଳ ମା ଉଖୁଡେଇ ପୀଠ ଠାରେ ଦିନ ୧୧ ଘଣ୍ଟ ସମୟରେ ପ୍ରହଲ୍ଲାଦ ଲେଙ୍କାଙ୍କ ସଭାପତି ତ୍ବ ରେ ଏବଂ ଦିବା ୪ ଘଣ୍ଟ ସମୟରେ ଗାଙ୍ଗପୁର ଠାରେ ସୁରେନ୍ଦ୍ର ଡାକୁଆ ଙ୍କ ସଭାପତି ତ୍ବ ରେ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ ବିଜେପି ର ଇତିହାସ ଓ ଆମ ଦାୟିତ୍ଵ, ବୈଚାରିକ ବିଚାରଧାରା ଓ ବୈଭବତା ଏବଂ ସୋସିଆଲ ମିଡିଆ ର ପ୍ରଭାବୀ ଉପଯୋଗୀ ଉପରେ ଗୁରୁତ୍ୱ ଦେଇଥିଲେ।

BJP Party
ପ୍ରଭାରୀ ଭାବେ ସନ୍ତୋଷ ତିଆଡି,ରାଜ୍ୟ ବିଜେପି କୃଷକ ମୋର୍ଚା ଉପସଭାପତି ପ୍ରଦୀପ କୁମାର ସାହୁ ଏବଂ ଗଜପତି ଜିଲ୍ଲା ବିଜେପି ପ୍ରଭାରୀ ସରୋଜ କୁମାର ସାବତ, ବସନ୍ତ କୁମାର ବିଷୋୟୀ, ପଂଚାୟତ ସମିତି ଅଧଖ୍ୟା ପ୍ରତିନିଧି କେ ରବୀନ୍ଦ୍ର କୁମାର ପାତ୍ର ଯୋଗ ଦେଇ ଉପସ୍ଥିତ କାର୍ଯ୍ୟକର୍ତା ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ଘରେ ଘରେ ପହଞ୍ଚାଇବା କୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମ କୁ ସଂଚାଳନ କରି ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରି ଆଗାମୀ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ହେବାକୁ ସୋରୋଡ଼ା ନିର୍ବାଚନ ମଣ୍ଡଳୀ ର ମୁଖ୍ୟ ସଂଯୋଜକ ତଥା ଜିଲା ବିଜେପି ସାଧାରଣ ସମ୍ପାଦକ ରଞ୍ଜନ ରାଉତ ଗୁରୁତ୍ୱାରୋପ କରିଥିଲେ।ବହୁ ବିଜେପି କର୍ମକର୍ତା ସହିତ ମଣ୍ଡଳ ସଭାପତି ସୁରେନ୍ଦ୍ର ସାହୁ, ରାଧାମୋହନ ସ୍ୱାଇଁ ଏବଂ ଅନ୍ୟ ମାନେ ଉପସ୍ଥିତ ଥିଲେ।










