
ବିଷମକଟକ, ୩୦-୧୧-୨୦୨୦(ରାୟଗଡା ଜ଼ିଲ୍ଲା /ପ୍ରସନ କୁମାର ପଣ୍ଡା):
ମାରାତ୍ମକ ଡେଙ୍ଗୁ ରୋଗକୁ ନେଇ ଲୋକେ ଏବେ ଆତଙ୍କିତ ଅବସ୍ଥା ରେ । କେତେ ବେଳେ କିଏ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହା ଜଣାପଡୁନି । ଫଳରେ ଭୟବିତ ଅବସ୍ଥାରେ ଦିନ କାଟୁଛନ୍ତି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ସଦର ମହକୁମାର ସାନ ସାହି ଓ ମେଦିରୀ ସାହିର ଲୋକେ । ବିଷମ କଟକରେ ଗତ କିଛି ଦିନ ହେଲା ମାରାତ୍ମକ ଡେଙ୍ଗୁ ବ୍ୟାପିବାର ଲାଗିଛି ଏହି ଡେଙ୍ଗୁ ଜ୍ଵରରେ ସହରର ଦୁଇ ସାହି ବସ୍ତିରେ ଅନେକ ଲୋକ ଆକ୍ରାନ୍ତ ହୋଇଛନ୍ତି ।
ବର୍ତମାନ 8ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଘରେଇ ଖ୍ରୀଷ୍ଟିଆନ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ବିଶେଷ କରି ବିଷମ କଟକ ସାହି ସାହି ଅଞ୍ଚଳରେ ଡେଙ୍ଗୁ ଧିରେ ଧିରେ କାୟା ମେଲାଉଛି । ସାହି ସାହି ବସ୍ତିରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ ଭୁଶୁଡି ପଡିଛି । ସାହିରେ ନାଳ ନର୍ଦ୍ଧମା ଗୁଡିକ ଠିକ ଭାବେ ସଫାସୁତୁରା କରାଯାଉନଥିବାରୁ ଡେଙ୍ଗୁ ମଶାଙ୍କ ବଂଶ ବୃଦ୍ଧି ପାଉଛି ।ତେବେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ହି ଡେଙ୍ଗୁ ରୋଗର ମୁଖ୍ୟ କାରଣ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
କିଛି ମାସ ପୂର୍ବେ ବିଷମ କଟକ ନିକଟସ୍ଥ ମୁନିଗୁଡା ସହରରେ ଡେଙ୍ଗୁ ବ୍ୟାପି ବହୁଲୋକେ ଆକ୍ରାନ୍ତ ହୋଇଥିବା ବେଳେ ଅନେକ ଲକଙ୍କ ମୃତ୍ୟୁ ଘଟିଥିଲା । ଏଥିପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଥିଲା ।ଜିଲ୍ଲା ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏହି ଦୁଇ ଅଞ୍ଚଳରେ ଦୀର୍ଘବର୍ଷ ହେବ ସଫା ସୁତରା ରଖା ଯାଉନାହିଁ । ସେହିପରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଡେଙ୍ଗୁ ରୋଗକୁ ନେଇ ସଚେତନ କରାଯାଉନି ।
ଯାହାଫଳରେ ଲୋକେ ରୋଗର ଶିକାର ହେଉଛନ୍ତି । ବିଷମ କଟକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ରୋଗକୁ ନେଇ ରକ୍ତ ନମୁନା ପରୀକ୍ଷା କରାଯିବାର ବ୍ୟବସ୍ଥା ନଥିବା ବେଳେ ଲୋକେ ଗୁରୁତ୍ବର ଅବସ୍ଥାରେ ଜିଲ୍ଲା ବାହାରକୁ ଯାଇ ଖର୍ଚ୍ଚନ୍ତ ହେଉଛନ୍ତି । ତେବେ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଡେଙ୍ଗୁ ରୋଗ ବ୍ୟପିନାଥବା କହି ତରବରିଆ ଭାବେ ଏବେ ଏହି ଅଞ୍ଚଳରେ ଲୋକଙ୍କୁ ଡେଙ୍ଗୁର ବ୍ୟାପକ ସଚେତନ କରୁଥିବା ଦେଖିବା ପାଇ ମିଳୁଛି ।











