
ବାଲିଗୁଡା,୩୦-୧୧-୨୦୨୦(କନ୍ଧମାଳ ଜିଲ୍ଲା / ସୁକାନ୍ତ କୁମାର ତ୍ରିପାଠୀ) :
କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ସ୍ଥାୟୀ ନିଯୁକ୍ତି ଦାବୀ କରି କନ୍ଧମାଳ ଜିଲ୍ଲା କୋଭିଡ଼,-୧୯ନିଯୁକ୍ତି ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଗଠନ ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ବର୍ତମାନ ସରକାରଙ୍କ କାର୍ଯ୍ୟ ସରିଗଲା ପରେ ଏବେ ଏହି କୋଭିଡ଼-୧୯ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆଜିଠାରୁ ଛଟେଇ କରିବା ପାଇଁ ବ୍ୟବସ୍ଥା କରାଯାଉଥିବାରୁ ଏହାକୁ ଘୋର ବିରୋଧ କରିଛନ୍ତି ଏହି ଅସ୍ଥାୟୀ କୋଭିଡ ସ୍ୱାସ୍ଥ୍ୟକର୍ମୀ ବୃନ୍ଦ ।
ସରକାର ସେମାନଙ୍କୁ ସରକାରୀ ନିୟମ ପ୍ରକାରେ ଏବେ ବେସିକ ପେ. ରେ ନିଯୁକ୍ତି ଦେବା ସହ ୬ ବର୍ଷ ଅବଧି ଶେଷ ପରେ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବୀ କରିଛନ୍ତି ମହିଳା ସ୍ୱାସ୍ଥ୍ୟକର୍ମୀମାନେ। ଏଣୁ ସରକାର ସେମାନଙ୍କ ପ୍ରତି ନିଷ୍ଠୁର ନ ହୋଇ ତାଙ୍କ କଥା ଆନ୍ତରିକତାର ସହ ବିଚାର କରିବାକୁ ମହିଳା ସ୍ୱାସ୍ଥ୍ୟକର୍ମୀ ସସ୍ମିତା ପ୍ରଧାନ, ଅଞ୍ଜଳୀ କହଁର, ନିୟମି ପ୍ରଧାନ, ଆଶାଲତା ପ୍ରଧାନ, ଚନ୍ଦ୍ରିକ ପ୍ରଧାନ, ବଗର୍ତ୍ତୀ, ମିନତୀ ମଲିକ, ପାର୍ବତୀ ପ୍ରଧାନ ଓ ପ୍ରିୟତମା ପ୍ରଧାନ ପ୍ରମୁଖ ଅନୁରୋଧ କରିଛନ୍ତି। ସେମାନେ ଆଜି ଜିଲ୍ଲାପାଳ କନ୍ଧମାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଥିବା କଥା ଝରଣା ନାଏକ କହିଛନ୍ତି ।










