Home ଜିଲ୍ଲା ଖୋର୍ଦ୍ଧା ଜଟଣୀର ଝିଅ ଭାରତ ସୁନ୍ଦରୀ : ପ୍ରିୟଙ୍କା ହେଲେ ଇଣ୍ଡିଆଜ୍ ଚାରମିଂ ଫେସ୍ ମିସ୍...

ଜଟଣୀର ଝିଅ ଭାରତ ସୁନ୍ଦରୀ : ପ୍ରିୟଙ୍କା ହେଲେ ଇଣ୍ଡିଆଜ୍ ଚାରମିଂ ଫେସ୍ ମିସ୍ ଇଣ୍ଡିଆ-୨୦୨୦ ବିଜେତା

273

ଜଟଣୀ,୩୦-୧୧-୨୦୨୦(ଖୋର୍ଦ୍ଧା ଜିଲ୍ଲା / ସଞ୍ଜୀବ କୁମାର) :
ଜଟଣୀ ସହରରେ ଅନେକ ପ୍ରତିଭା ରହିଛନ୍ତି ଯେଉଁମାନେ ଲୋକଲୋଚନକୁ ଆସିପାରି ନାହାନ୍ତି । ଯେଉଁ ପ୍ରତିଭା କେବଳ ନିଜ ସହରପାଇଁ ଗୈାରବନୁହେଁ ବରଂ ରାଜ୍ୟ ତଥା ଆମଦେଶ ଭାରତ ଗୈାରାବନ୍ୱିତ ହୋଇଛି । ସେହିପରି ଜଟଣୀର ଝିଅଟେ ଆଜି ଭାରତ ସୁନ୍ଦରୀ ବା ମିସ୍ ଇଣ୍ଡିଆ-୨୦୨୦ ପାଇଁ ଚଳିତବର୍ଷ ଚମ୍ପିୟନ ହୋଇ ଅଂଚଳର ଗୈାରବ ହାସଲ କରିଛନ୍ତି । ଏଭଳି ଜଣେ ପ୍ରତିଭା ହେଉଛନ୍ତି ଜଟଣୀ ପୈାରପରିଷଦ ଅଧିନସ୍ଥ ଓ୍‌ବାର୍ଡ ନଂ ୮ ଗୋପବନ୍ଧୁ ନଗରର ବିଭୁତି ମହାପାତ୍ରଙ୍କ କନ୍ୟା ପ୍ରିୟଙ୍କା ମହାପାତ୍ର ।

ଦେଶର ବିଭିନ୍ନ କୋଣଅନୁକୋଣରୁ ୩୭ଜଣ ପ୍ରତିଯୋଗୀ ଭାଗନେଇଥିବା ବେଳେ ସେମାନଙ୍କ ମଧ୍ୟରେ ଓଡିଶାରୁ ୬ଜଣ ରହିଥିଲେ । ସୁନ୍ଦରତାରେ ସମସ୍ତଙ୍କୁ ପଛରେପକାଇ ପ୍ରିୟଙ୍କା ଗୋଆରେ ଆୟୋଜିତ ଫୁଟ୍ ଷ୍ଟେପ୍ ପ୍ରାୟୋଜିତ ମିସ ଇଣ୍ଡିଆ -୨୦୨୦ ପ୍ରତିଯୋଗୀତାରେ ଚମ୍ପିୟନ ହୋଇଛନ୍ତି । ତେଣୁ ତାଙ୍କ ପରିବାର ନିକଟକୁ ଚାରିଆଡୁ ପ୍ରସଂଶାର ସୁଅ ଛୁଟିଛି । ସୁଚନାନୁସାରେ, ଜଟଣୀ ପୈାରପରିଷଦ ଅଧିନସ୍ଥ ୱାର୍ଡ ନଂ ୮ ଗୋପବନ୍ଧୁ ନଗରରେ ରହୁଥିବା ବିଭୂତିଭୂଷଣ ମହାପାତ୍ର ଓ ମାତା ଅନ୍ନପୁର୍ଣ୍ଣା ମହାପାତ୍ରଙ୍କ ଅଲିଅଳି ଝିଅ ପ୍ରିୟଙ୍କା ପିଲାବେଳୁ ସଂଗୀତପ୍ରତି ମନବଳାଇଥିଲେ ।

ପାଠପଢା ସମୟରେ ସେ ବିଭିନ୍ନ ମନୋରଂଜନ ତଥା ସଂଗୀତ କାର୍ଯ୍ୟକ୍ରମରେ ଭାଗନେଉଥିଲେ । ପ୍ରିୟଙ୍କା ଶିକ୍ଷାରେ +୨ ପ୍ରାଣନାଥ ମହାବିଦ୍ୟାଳୟ ଖୋର୍ଦ୍ଧା ଏବଂ +୩ କେମେଷ୍ଟ୍ରୀ ହନର୍ସରେ ୨୦୧୮ମସିହାର ବାଙ୍କି ଅଟୋନୋମସ କଲେଜର ଛାତ୍ରୀ ଅଟନ୍ତି । ୨୦୧୮ ମସିହାରେ ପାଠପଢିବା ବେଳେ କଲଚରାଲ କାର୍ଯ୍ୟକ୍ରମରୁ ଆରମ୍ଭ ହୁଏ ତାଙ୍କର କ୍ୟାରିୟର । ସାର୍ଥକ ଟେଲିଭିଜନର ଓଡିଆ ଦୈନିକ ଧାରାବାହିକ “ହେ ପ୍ରଭୁ’ରେ କଳାକାର ସ୍ୱାତି ନାମରେ ପରିଚିତଥିବା ଏହି କଳାକାର କ୍ରମିକ ସେକେଣ୍ଡଲିଡରେ ରହିଛି । ସେହିପରି ତରଙ୍ଗଚ୍ୟାନେଲରେ ପ୍ରସାରିତ ଦୈନିକ ଧାରାବାହିକ “ନୂଆବୋହୁ’ରେ କଳାକାରଭାବେ ଅଭିନୟ କରିଥିବା ବେଳେ ଓଲିଉଡ “ହାପି ଏଣ୍ଡିଂ’ ଅଭିନେତ୍ରୀଭାବେ କାର୍ଯ୍ୟକରିଛନ୍ତି ।

ଉକ୍ତ ସିନେମାଟି ମହାମାରୀ କରୋନା ଯୋଗୁଁ ରିଲିଜ ହୋଇପାରିନାହିଁ । ଏଥି ସହିତ ମଡେଲିଂ କରିବା ମଧ୍ୟ ଆଉ ଏକ ପେସା ରହିଥିଲା । ତେବେ ଏସବୁ ପ୍ରତିଭାପରେ ଆଉ ଏକଭିନ୍ନ ପ୍ରତିଭା ତାଙ୍କୁ ଦେଶରେ ଚର୍ଚିତ କରିଛି । ପୂର୍ୱରୁ ଗତ ସେପେ୍‌ଟମ୍ବର ମାସରେ ଓଡ଼ିଶା ରାଜ୍ୟରେ ଅଡ଼ିସନ୍ ରେ ପ୍ରଥମ ହୋଇ ଚଳିତ ମାସ ୨୮ ତାରିଖ ସଂଧ୍ୟାରେରେ ଗୋଆର ପଜିଂମ କଡମ୍ବାରେ “ଇଣ୍ଡିଆଜ ଚାର୍ମିଙ୍ଗ ଫେସ’ ର ମିସ ଇଣ୍ଡିଆ-୨୦୨୦ଫେସନ ଆଇକନରେ ସମସ୍ତଙ୍କୁ ପଛରେ ପକାଇ ଚମ୍ପିୟନ ହୋଇଛନ୍ତି ।

ପ୍ରିୟଙ୍କା ଖୋର୍ଧା ପାଇକ ସଂସ୍କୃତି ଏବଂ ପାଇକ ବିଦ୍ରୋହର ଗାଥା ସହ ବେଶଭୂଷା ପରିଧାନ ଆଗି ତାଙ୍କୁ ବିଜୟୀ ହେବାରେ ସହାୟତା କରିଥିବା ସମୟରେ ବାହାର୍ରଯ୍ୟ ଚମ୍‌ତକାରିତା ଏହି ମୁକୁଟ ବିଜୟୀ କରାଇଛି ବୋଲି ଏନେଇ ପ୍ରିୟଙ୍କା କହିଛନ୍ତି । ପ୍ରିୟଙ୍କାଙ୍କ ବାପା ବିଭୂତି ଜଣେ ଘରୋଇ ଫାଇନାନ୍ସ କମ୍ପାନୀର ଆଡଭାଇଜରଭାବେ ଜଟଣୀ ସର୍କଲରେ କାର୍ଯ୍ୟ କରନ୍ତି । ଏନେଇ ବିଭିନ୍ନ ଅଂଚଳରୁ ସୁଭେଛାର ସୁଅ ଛୁଟିଛି ବୋଲି ବାପା ଓ ମା କହିଛନ୍ତି ।