Wednesday, October 14, 2026
Home ଅପରାଧ ବାଇକ୍ ଦୁର୍ଘଟଣାରେ ବାଇକ୍ ଆରୋହୀ ଙ୍କ ମୃତ

ବାଇକ୍ ଦୁର୍ଘଟଣାରେ ବାଇକ୍ ଆରୋହୀ ଙ୍କ ମୃତ

326

ବିଷମକଟକ,(ରାୟଗଡ଼ା ଜିଲ୍ଲା)୩୦-୧୧-୨୦୨୦(ପ୍ରସନ କୁମାର ପଣ୍ଡା): ସିକରପାଇ ରୁ ରାୟଗଡ଼ା ଅଭିମୁଖେ ଯାଉଥିବା ଦୁଇ ଜଣ ଯୁବକ ଲକ୍ଷ୍ମୀପୁର ଦେଇ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କ ଦେଇ ଯାଉଥିବା ବେଳେ ଗାଡ଼ିଶେଷଖାଲ ସ୍କୁଲ ନିକଟସ୍ଥ ବୁଲାଣି ରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ସହିତ ମୁହାମୁହିଁ ହୋଇ ସିକରାପାଇ ରୁ ଆସୁଥିବା ଲବ ମହାନନ୍ଦିଆଙ୍କ ଗୋଟିଏ ବୋଲି ପୁଅ ଭୀମ ମହାନନ୍ଦିଆର ଘଟଣା ସ୍ଥଳରେ ହିଁ ମୃତୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ୧୦୮ ଯୋଗେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରାୟଗଡ଼ା ଜିଲ୍ଲା ଚାଦିଲି ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

ଘଟଣା ସ୍ଥଳରେ ଚାନ୍ଦିଲି ପୋଲିସ ପ୍ରଶାସନ ପହଞ୍ଚି ଶବ ଚିହ୍ନଟ ହେବା ପରେ ଶବ ବ୍ୟେବଛେଦ ନିମନ୍ତେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତଖାନାକୁ କୁ ହସ୍ତାନ୍ତର କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଗାଡ଼ିକୁ ସିଲ କରିବା ପରେ ବିପରୀତ ଦିଗରୁ ଆସୁଥିବା ଗାଡି ଚଳାଳ ଫେରାର ଥିବା ସୂଚନା ମିଳିଛି।