Saturday, November 14, 2026
Home ଆଞ୍ଚଳିକ ଗଂଜାମ ଜ଼ିଲ୍ଲା: ସ୍ବେଚ୍ଛାତାର ପରିଚୟ ପ୍ରଥମେ ଦେଖାଇଲା ହିଂଜିଳି

ଗଂଜାମ ଜ଼ିଲ୍ଲା: ସ୍ବେଚ୍ଛାତାର ପରିଚୟ ପ୍ରଥମେ ଦେଖାଇଲା ହିଂଜିଳି

59

ହିଂଜିଳିକାଟୁ, ୩୦ ନଭେମ୍ବର ୨୦୨୦ (ରଜନୀକାନ୍ତ ପାତ୍ର) :
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବୃନ୍ଦାବନ ଷ୍ଟାଡିୟମ ପରିସରରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଚେତନତା କାର୍ଯ୍ୟକ୍ରମରେ ନିଜେ ସଫା ସୁତୁରା ରହିବା ସହ ପରିବେଶକୁ କିଭଳି ସଫା ରଖିବା ,ଅଳିଆ ଆବର୍ଜନାକୁ ସଠିକ ଜାଗାରେ ପକାଇବା ,ନାଳ ନର୍ଦମା ସଫା ରଖିବା ଆଦି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥି ସହିତ ଦେଶରେ ଚାଲିଥିବା ସ୍ୱଚ୍ଛତା ମହାନ ପ୍ରତିଯୋଗିତାରେ କିଭଳି ହିଞ୍ଜିଳି କାଟୁ ସହରର ସ୍ଥାନ ଜାତୀୟ ସ୍ତରରେ କିଭଳି ସ୍ୱଚ୍ଛତା କ୍ଷେତ୍ରରେ ଗୈାରବ ଆପଣାଇପାରିବ ସେ ଦାଇତ୍ୱ ବିସୟରେ ଜିଲ୍ଲାପାଳ ହିଞ୍ଜିଳି କାଟୁ ସହରର ୨୧ ଟି ୱାର୍ଡରେ ବସବାସ କରୁଥିବା ୨୫ ହଜାର ଜନସାଧାରଣ ଙ୍କ ଉପରେ ଆସ୍ତା ଛାଡିଛନ୍ତି ।

ଜନସାଧାରଣ ଚାହିଁଲେ ହିଁ ହିଞ୍ଜିଳି କାଟୁ ସହରର ସଂମ୍ପୂର୍ଣ୍ଣ ବିକାଶ ସମ୍ବବ । କରୋନା ମହାମାରୀ ସମୟରେ ଅଂଚଳ ବାସୀ ଯେଉଁ ସହଯୋଗ ପ୍ରଶାସନକୁ କରିଥିଲେ ଏହି ସ୍ୱଚ୍ଛତା କ୍ଷେତ୍ରରେ ମଧ୍ୟ ଅଂଚଳ ବାସୀ ସେହିଭଳି ଯତ୍ନବାନ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି । ଏଥି ସହିତ ପ୍ରତି ସାହିର ଯେଉଁ ସାହି କମିଟି ଓ ପ୍ରତି ୱାର୍ଡର ବିଭିନ୍ନ ବର୍ଗର ଲୋକଙ୍କୁ ନେଇ କରାଯାଇଥିବା ୱାର୍ଡ କମିଟିର ସଦସ୍ୟ ମାନେ ବିଭିନ୍ନ ସ୍ଥାନୀୟ ୱାର୍ଡର ସମସ୍ତ ଅସୁବିଧା ସଂମ୍ପର୍କରେ ପ୍ରଶାସନକୁ ଅବଗତ କରାଇପାରିବେ । ଏଥି ସହିତ ପ୍ରତି ସାହି ଓ ୱାର୍ଡ ସମେତ କାମ କରୁଥବା ସଫେଇ କରୁଥିବା ସମସ୍ତତ ଭାଇ ଓ ଭଉଣୀ ମାନଙ୍କୁ ଅଧିକ ଏହି ମହାନ କାର୍ଯ୍ୟରେ ଅଧିକ ସେମାନଙ୍କର ମନବଳବୃଦ୍ଧି କରିବା ଲାଗି ପୈାରପରିଷଦ ତରଫରୁ ଯେଉଁ ସାହି ସ୍ୱଚ୍ଛତା ଦିଗରେ ଅଧିକ ଯତ୍ନବାନ ହୋଇଥିବେ ସେମାନଙ୍କୁ ସ୍ୱଚ୍ଛ ସାହି ଆୱାର୍ଡ ,ଯେଉଁ ୱାର୍ଡ ଅଧିକ ସ୍ୱଚ୍ଛ ହୋଇଥିବ ତାଙ୍କୁ ମଧ୍ୟ ସ୍ୱଛ ୱାର୍ଡ ଆୱାର୍ଡ ପ୍ରଦାନ କରାଯିବ ଏଥି ସହିତ ରାତ୍ରରେ କାର୍ଯ୍ୟକରୁଥିବା ସଫେଇ ଭାଇ ଓ ଭଉଣୀ ମାନଙ୍କୁ ମଧ୍ୟ ଆୱାର୍ଡ ଦିଆଯିବ ଏଥି ସହିତ ଅଂଚଳରେ ରହିଥିବା ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ଯେଉଁ ଅଙ୍ଗନବାଡି ଆଦିରେ ଯେଉଁ ମାନେ ଅଧିକ ସ୍ୱଚ୍ଛତା ଆପଣାଇଥିବେ ସେମାନଙ୍କୁ ସ୍ୱଚ୍ଛ ଆୱାର୍ଡ ଦିଆଯିବ ।

ଏଥି ସହିତ ସ୍ଥାନୀୟ ପ୍ରଶାସନ ତରଫରୁ ୨୧ ଟି ୱାର୍ଡକୁ ୬ ।ଗୋଟି ଜୋନରେ ବିଭକ୍ତ କରାଯାଇଛି । ପ୍ରତି ସପ୍ତାହର ରବିବାର ଦିନ କମିଟି ମାନଙ୍କ ସହିତ ପ୍ରଶାସନିକ ଅଧିକାରୀ କିଭଳି ସହରର ସୈାନ୍ଦର୍ଯ୍ୟ କରଣ ଓ ସ୍ୱଚ୍ଛତାରେ କିଭଳି ଅଗ୍ରସର ହୋଇପାରିବ ସେଥିଲାଗି ସ୍ୱତନ୍ତ୍ର ଆଲୋଚନା ମଧ୍ୟ କରି ତୁରନ୍ତ କାମ ମଧ୍ୟ ତ୍ୱରିତ କରାଯିବ । ଏଥି ସହିତ ଶେଷରେ 2 ଜଣ ସଫେଇ ଦିଦି ଙ୍କୁ ସଫେଇ କାର୍ଯ୍ୟ ପାଇଁ ସାନମାନିତା କରାଯାଇଥିଲା l ଏହି ସଚେତନତା କାର୍ଯ୍ୟକ୍ରମ ପୈାରାଚଂଳ ଅଧିକାରୀ ମନୋରଂଜନ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ,ମୁଖ୍ୟ ଅତିଥି ଭାବରେ ଗଂଜାମ ଜିଳ୍ଲାପାଳ , ଡିଆରଡିଏ ପ୍ରତିନିଧି ଶରତ ମହାପାତ୍ର ,ବିଡିଓ ପ୍ରସନ୍ନ କୁମାର ପାତ୍ର ,ତହସିଲଦାର ପ୍ରଭାତ କୁମାର ପରିଡା,ଆଇଆଇସି ଅଭିମନ୍ୟୁ ଦାସ ଉପଜିଲ୍ଲାପାଳ ପ୍ର୍ରିୟ ରଂଜନ ପୃଷ୍ଟି ମଂଚାସୀନ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବହୁ ବୁଦ୍ଧି ଜୀବି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।