Sunday, October 11, 2026
Home ଜାତୀୟ ଆଜି ପ୍ରଧାନମନ୍ତ୍ରୀ ବାରାଣସୀ ଗସ୍ତ କରିବେ ଏବଂ ଏନଏଚ-୧୯ର ବାରାଣସୀ-ପ୍ରୟାଗରାଜ ସେକ୍ସନର ଛଅ-ଲେନ୍ ପ୍ରଶସ୍ତିକରଣ ପ୍ରକଳ୍ପର...

ଆଜି ପ୍ରଧାନମନ୍ତ୍ରୀ ବାରାଣସୀ ଗସ୍ତ କରିବେ ଏବଂ ଏନଏଚ-୧୯ର ବାରାଣସୀ-ପ୍ରୟାଗରାଜ ସେକ୍ସନର ଛଅ-ଲେନ୍ ପ୍ରଶସ୍ତିକରଣ ପ୍ରକଳ୍ପର ଉଦଘାଟନ କରିବେ

16

ପ୍ରଧାନମନ୍ତ୍ରୀ ଦେବ ଦୀପାବଳିରେ ଅଂଶଗ୍ରହଣ କରିବେ ଏବଂ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର କରିଡର ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବେ

ନୂଆଦିଲ୍ଲୀ,୩୦ ନଭେମ୍ବର ୨୦୨୦(ଜ଼ିଲ୍ଲା ଖବର) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 30 ନଭେମ୍ବର, 2020ରେ ବାରାଣସୀ ଗସ୍ତ କରିବେ ଏବଂ ହଣ୍ଡିଆ (ପ୍ରୟାଗରାଜ) – ରାଜାତାଲାବ (ବାରାଣସୀ) ଜାତୀୟ ରାଜପଥ 19 ସେକ୍ସନର ଛଅ-ଲେନ ପ୍ରଶସ୍ତିକରଣ ପ୍ରକଳ୍ପକୁ ରାଷ୍ଟ୍ରକୁ ଉତ୍ସର୍ଗ କରିବେ । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଦେବ ଦୀପାବଳିରେ ଅଂଶଗ୍ରହଣ କରିବେ, କାଶୀ ବିଶ୍ୱନାଥ ମନ୍ଦିର କରିଡର ପ୍ରକଳ୍ପ ସ୍ଥଳ ଏବଂ ସାରନାଥ ପ୍ରତ୍ନତାତ୍ତ୍ୱିକ ସ୍ଥଳ ପରିଦର୍ଶନ କରିବେ ।

2,447 କୋଟି ଟଙ୍କା ବ୍ୟୟରେ ନିର୍ମିତ 73 କିମିର ନୂଆ ପ୍ରଶସ୍ତ ତଥା ଛଅ ଲେନବିଶିଷ୍ଟ ଏନଏଚ-19 ଦ୍ୱାରା ପ୍ରୟାଗରାଜ ଓ ବାରାଣସୀ ମଧ୍ୟରେ ଯାତ୍ରା ସମୟ 1 ଘଣ୍ଟା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ବାରାଣସୀର ବିଶ୍ୱ ପ୍ରସିଦ୍ଧ ଆଲୋକ ଓ ଉତ୍ସାହର ପର୍ବ ଦେବ ଦୀପାବଳି କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ ଧୂମଧାମରେ ପାଳିତ ହୋଇଥାଏ । ପ୍ରଧାନମନ୍ତ୍ରୀ ବାରାଣସୀର ରାଜଘାଟଠାରେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ଏହି ଉତ୍ସବ ଆରମ୍ଭ ହେବ । ଏହାପରେ ଗଙ୍ଗାନଦୀର ଉଭୟ ପାର୍ଶ୍ୱରେ 11 ଲକ୍ଷ ଦୀପ ଜଳାଯିବ ।

ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନିର୍ମାଣାଧୀନ କାଶୀ ବିଶ୍ୱନାଥ ମନ୍ଦିର କରିଡର ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଏହାର ପ୍ରଗତି ସମୀକ୍ଷା କରିବେ । ସେ ସାରନାଥର ପ୍ରତ୍ନତାତ୍ତ୍ୱିକ ସ୍ଥଳରେ ଲାଇଟ ଓ ସାଉଣ୍ଡ ସୋ’ ଦେଖିବେ, ଯାହାକୁ ସେ ଚଳିତ ମାସ ପ୍ରାରମ୍ଭରେ ଉଦଘାଟନ କରିଥିଲେ ।