
ଜଟଣୀ,୩୦-୧୧-୨୦୨୦(ସଞ୍ଜୀବ କୁମାର)
ଖୋର୍ଦ୍ଧା ଜ଼ିଲ୍ଲା ଓଡିଶାରାଜ୍ୟରେ ତୃଣମୂଳ ସ୍ତରରେ ଛାତ୍ରକଂଗ୍ରେସକୁ ମଜବୁତ କରିବାକୁ ହେବ । ରାଜ୍ୟରେ ହେଉଥିବା ଦୁର୍ନିତୀକୁ ରୋକିବାକୁ ପଡିବ । ନଚେତ ରାଜ୍ୟରେ ଛାତ୍ରମାନଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲିହୋଇଯିବାର ଆଶଙ୍କା ରହିଛି । ଏନେଇ ବିଭିନ୍ନ ଅଂଚଳରୁ ପ୍ରତିବାଦ ଆରମ୍ଭ ହୋଇଗଲାଣି । ତେଣୁ ଏସବୁକୁ ସଫଳ କରିବାଲାଗି ଜଟଣୀ ଛାତ୍ରକଂଗ୍ରେସକୁ ତୃଣମୂଳ ସ୍ତରରେ ମଜବୁତ କରିବାଲାଗି ପ୍ରୟାସ କରାଯିବାଲାଗି ସ୍ଥାନୀୟ ଶ୍ରୀବତ୍ସ ପାଠାଗାରଠାରେ ଏକ ବୈଠକ ଆୟୋଜିତ ଅବସରରେ ଓଡିଶାଛାତ୍ର କଂଗ୍ରେସପ୍ରଭାରୀ ରୋଶନଲାଲ ବିଟୁ ଯୋଗଦେଇ କହିଛନ୍ତି । ସେ ଆହୁରୀ କହିଛନ୍ତି ଯେ, ଓଡିଶାରାଜ୍ୟରେ ବିଜେଡି ସରକାରଙ୍କ ଶାସନକାଳ ରହିଛି ହେଲେ ସରକାର ଛାତ୍ରମାନଙ୍କ ପ୍ରତିହେଉଥିବା ଅନ୍ୟାୟ ଅତ୍ୟାଚାରକୁ ଦୃଷ୍ଟି ଦେଉନାହାନ୍ତି । ନିରିହ ଓ ଅସହାୟ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାକ୍ଷେତ୍ରରେ ଶୋଷଣ କରାଯାଉଛି । ସେମାନଙ୍କୁ ଷ୍ଟାଇପେଣ୍ଡ ଅର୍ଥ ପ୍ରଦାନକରିବା ପରିବର୍ତେ ସେମାନଙ୍କଠାରୁ ଫିସ ଆଦାୟ କରାଯାଉଛି । ଫଳରେ ଶିକ୍ଷାର ଅଗ୍ରଗତି ହେବା ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱପ୍ନ ହେବାରେ ଲାଗିଲାଣି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଛାତ୍ରକଂଗ୍ରେସ ସଂଯୋଜକ ଆଦିତ୍ୟ ଚୈାଧୁରୀ ଓ ସମ୍ବିତ ମଙ୍ଗରାଜ ପ୍ରମୁଖଙ୍କ ସହିତ ଜଟଣୀନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ, କ୍ୟାପ୍ଟେନ ମନ୍ମଥ ରାଉତରାୟ,ଜଟଣୀଛାତ୍ର କଂଗ୍ରେସ ସଭାପତି ସୁବାସ ମହାପାତ୍ର,ସମ୍ପାଦକ ସୂର୍ଯ୍ୟକାନ୍ତ ବଳିୟାରସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ ।





