Wednesday, October 14, 2026
Home ଅପରାଧ କନ୍ଧମାଳ ଜିଲ୍ଲା:୧୭ କୋଟିର ଗଂଜେଇକୁ ନଷ୍ଟ କଲା ପ୍ରଶାସନ

କନ୍ଧମାଳ ଜିଲ୍ଲା:୧୭ କୋଟିର ଗଂଜେଇକୁ ନଷ୍ଟ କଲା ପ୍ରଶାସନ

66

ବାଲିଗୁଡା,୩୦-୧୧-୨୦୨୦(ସୁକାନ୍ତ କୁମାର ତ୍ରିପାଠୀ) :
କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ୍‌ ଓ ଅବକାରୀ ବିଭାଗର ପକ୍ଷରୁ ବାଲିଗୁଡା ଜିପି ଅଧୀନରେ ଥିବା ରୁତୁଙ୍ଗିଆ, ବଉଦଙ୍ଗିଆ, ସାକୁସବାଲି ପ୍ରଭୁତି ଅଞ୍ଚଳ ରେ 17 କୋଟି ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ କରାଯାଇଛ |

ଏହି ଅଞ୍ଚଳରେ 170 ଏକର ଜଙ୍ଗଲ ଜମିରେ ହୋଇଥିଲା ଗଞ୍ଜେଇ ଚାଷ । ପୂର୍ବପ୍ରସ୍ତୁତି ଅନୁଯାୟୀ ଏହିସବୁ ଅଞ୍ଚଳରେ ମିଳିତ ଅପରେସନ୍‌ କରି ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଗଛ କାଟିବା ସହ ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରାଯାଇଛି| ବାଲିଗୁଡ଼ା ଅବକାରୀ ଓ ସଶସ୍ତ୍ର ପୋଲିସ୍‌ ଫୋର୍ସ ଏଥିରେ ସାମିଲଥିଲେ । ଏହି ସଂପର୍କରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଅଧିକାରୀ ଙ୍କ ଠାରୁ ପ୍ରକାଶ ପାଇଛି |