Wednesday, November 11, 2026
Home ଜିଲ୍ଲା ବିଜୁ ଯୁବ ଜନତା ଦଳ ରାୟଗଡା ଜିଲ୍ଲା ତରଫରୁ ଶ୍ରୀ ଦେବାଶିଷ ଖାଡାଙ୍ଗାଙ୍କ ନିର୍ଦ୍ଦେଶ...

ବିଜୁ ଯୁବ ଜନତା ଦଳ ରାୟଗଡା ଜିଲ୍ଲା ତରଫରୁ ଶ୍ରୀ ଦେବାଶିଷ ଖାଡାଙ୍ଗାଙ୍କ ନିର୍ଦ୍ଦେଶ କ୍ରମେ ଏକ ସଭା ଅନୁଷ୍ଠିତ ହୋଇଥିଲା

160

ବିଷମକଟକ,(ରାୟଗଡା ଜ଼ିଲ୍ଲା) ୩୦-୧୧-୨୦୨୦(ପ୍ରସନ କୁମାର ପଣ୍ଡା):
ବିଜୁ ଯୁବ ଜନତା ଦଳ ରାୟଗଡା ତରଫରୁ ଜିଲ୍ଲା ସଭାପତି ଶ୍ରୀ ଦେବାଶିଷ ଖାଡାଙ୍ଗା ଙ୍କ ଅଧକ୍ଷତାରେ ପ୍ରଥମ ଜିଲ୍ଳା କାର୍ଯ୍ୟ କାରିଣୀ ତଥା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହାଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଲାଲ ବିହାର ହିମିରିକା , ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ଜଗଦୀଶ ପାତ୍ର, ଜିଲ୍ଲା ସଭାପତି ତଥା ବିଜୁ ସ୍ବାସ୍ତ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀଯୁକ୍ତ ସୁଧୀର ଦାଶ

ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୁ ଯୁବ ଜନତା ରାୟଗଡା, ଜୁନାଲ ସଭାପତିଙ୍କ, ମହିଳା ସଭାପତି ନେତ୍ରୀ ଶ୍ରୀମତି ଅନୁସୂୟା ମାଝୀ , ଶ୍ରୀମତି ସୁଜାତା ପାଳ ଯୁବ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶ୍ରୀ ଜୋତି ପ୍ରସାଦ ସାହୁ, ବିଜୁ କୃଷକ ଜିଲ୍ଲା ସଭାପତି ଶ୍ରୀ ତିରୁପତି ବନଗାଡ଼ି, ଜିଲ୍ଲା ସଧାରଣ ସମ୍ପାଦକ ଶ୍ରୀ ଗଗନ ବିହାର ଆଚାର୍ଯ୍ୟ, ଜିଲ୍ଲା ବିଜୁ ଛାତ୍ର ସଭାପତି ଶ୍ରୀ ଵିଷ୍ଣୁ ପ୍ରାସଦ ପଣ୍ଡା , ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିନାୟକ ପଳାଇ ଙ୍କ ସମେତ ନୂତନ ଭାବରେ ବିଜୁ ଯୁବ ଜନତା ଦଳରେ ସ୍ଥାନ ପାଇଥିବା ସମସ୍ତ ଜିଲ୍ଲା ସ୍ତରୀୟ କର୍ମ କର୍ତା ଏବଂ ବିଜୁ ଯୁବ ଜନତା ର ବ୍ଲକ ସଭାପତି ଉପସ୍ଥିତଥିଲେ ।

ପଦ୍ମପୁର ବ୍ଲକ ରୁ ବିଜୁ ଯୁବ ଜନତା ସ୍ଥାନ ପାଇଥିବା ସଦସ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଶ୍ରୀ କୈଳାଶ କ୍ରାସ୍କା, ସମ୍ପାଦକ ଶ୍ରୀ ଅନିଲ କୁମାର ପରିଡ଼ା, ସମ୍ପାଦକ ଶ୍ରୀ ବି.ନାରାୟଣ ରାଜୁ ଏବଂ ସମ୍ପାଦକ ଶ୍ରୀ ରାମାକାନ୍ତ ମାଝୀ ଉପସ୍ଥିତ ରହି ନିଜ ନିଜର ମତ ବ୍ୟକ୍ତ କରିଥିଲେ। ଜିଲ୍ଲା ସଭାପତି ଛାତ୍ର, ଯୁବ ଏବଂ ମହିଳା ସମସ୍ତ ସଂଗଠନ ସମ୍ମନୁୟ ସ୍ଥାପନ କରି ବିଜୁ ଜନତା ମଜବୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି , ଆଶା ଏବଂ ବିଶ୍ୱାସ ସମସ୍ତ କର୍ମକର୍ତା ନିଶ୍ଚିତଭାବେ ଗ୍ରହଣ କରି ନିଜ ନିଜ ଦଳୀୟ ସାଙ୍ଗଠନିକ ସ୍ଥିତ ମଜୁବୁତ କରିବା ସହ ଜିଲ୍ଲାର ସ୍ଥିତି କୁ ସୁଦୃଡ କରିବେ।