Saturday, November 14, 2026
Home ଆଞ୍ଚଳିକ କଇରାଶି ପଞ୍ଚାୟତ ରେ “ମୋ ଗାଁରେ ତହସିଲ” କାର୍ଯ୍ୟକ୍ରମ

କଇରାଶି ପଞ୍ଚାୟତ ରେ “ମୋ ଗାଁରେ ତହସିଲ” କାର୍ଯ୍ୟକ୍ରମ

15

ଖଲ୍ଲିକୋଟ, ୩୦-୧୧-୨୦୨୦(ଦେବାଶିଷ ମହାରଣା):
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଇରାଶି ପଞ୍ଚାୟତରେ “ମୋ ଗାଁ ରେ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଲ୍ଲିକୋଟ ତହସିଲଦାର ରାଜ କିଶୋର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଜ୍ୟୋତିମୟ ଦାସ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କ ସହ ସବିଶେଷ ଆଲୋଚନା କରିଥିଲେ ।”ମୋ ଗାଁ ରେ ତହସିଲ” ମାଧ୍ୟମରେ ଲୋକଙ୍କ ଘର ପଟା, ମ୍ୟୁଟେସନ, ରେଜିଷ୍ଟ୍ରସନ, ଜାତିଗତ ପ୍ରମାଣ ପତ୍ର, ଦାଖଲ, କିସମ ପରିବର୍ତନ, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ଋଣ ପତିଶୋଧ ସମ୍ବଧୀୟ ସେବା ଯୋଗାଇ ଦିଆଯାଇଛି । ଆଗକୁ ମଧ୍ୟ ଏହି ସେବା ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ସାହୁ ଯୋଗ ଦେଇ ସାଧାରଣ ଜନତା ଙ୍କୁ ଏହାର ସୁବିଧା ନେବା ପାଇଁ ଅବଗତ କରାଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଖୋଜାପଲ୍ଲୀ ରାଜସ୍ବ ନିରୀକ୍ଷକ ବିନୟ କୁମାର ଶବର, ପଞ୍ଚାୟତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।