Monday, October 12, 2026
Home ଜିଲ୍ଲା କନ୍ଧମାଳ ଧରମପୁର ଗ୍ରାମରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ବାବା ଗୁରୁତର

ଧରମପୁର ଗ୍ରାମରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ବାବା ଗୁରୁତର

264

ବାଲିଗୁଡା,୨୯-୧୧-୨୦୨୦(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଡ଼ ଥାନା ଅନ୍ତର୍ଗତ ଧରମପୁର ଗ୍ରାମରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା | ଡ୍ରାଇଭର ରାସ୍ତା ନ ଜାଣିବାରୁ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା କହିଛନ୍ତି ଗ୍ରାମବାସୀ | ମାରୁତି ଗାଡ଼ି ନମ୍ବର ଓଡି ୩୨ସି୨୭୯୬ ଅଲେଖ ମହିମା ବ୍ରହ୍ମପୁର ମଠର ବାବା ମାନେ ବ୍ରହ୍ମପୁରରୁ ତୁମୁଡ଼ିବନ୍ଧ ଅଭିମୁଖେ ଯାତ୍ରା କରୁଥିଲେ |ଦୁର୍ଘଟଣାରେ ୩ଜଣ ବାବା ନିରଞ୍ଜନ ଦାସ ବୟସ ୭0, ବିଶ୍ୱନାଥ ଦାସ ବୟସ ୬0, ସୁବ୍ରତ ଦାସ ବୟସ ୪୫, ଗୁରୁତର ଆହାତ ହୋଇଥିବାରୁ ସେମାନଙ୍କୁ ପ୍ରଥମେ କ.ନୂଆଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା |ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ମେଡ଼ିକାଲ ଅଧିକାରୀ କରିସ୍ମା ନାୟକ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଆମ୍ବୁଲାନ୍ସ ସ୍ଥାନାନ୍ତର କରିଥିବା ଜଣାପଡିଛି l