
ବିଷମକଟକ,(ରାୟଗଡା ଜ଼ିଲ୍ଲା),୨୯-୧୧-୨୦୨୦(ପ୍ରସ୍ନନ କୁମାର ପଣ୍ଡା) :
ଜିଲ୍ଲା ପୋଲିସ ର ବଡ଼ ସଫଳତା ଗତକାଲି କୌଣସି ସୂତ୍ରରୁ ବିଶେଷ ଖବର ପାଇ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ତର ଏମ ଶ୍ରଵଣ ବିବେକ ଙ୍କ ନିର୍ଦେଶ କ୍ରମେ ଜିଲ୍ଲାର 3 ଟି ଜାଗାରୁ ଚଢ଼ାଉ କରି ସାଇପ୍ରିୟା ନଗର ରୁ 3 ଟି ଏବଂ ଚାନ୍ଦିଲି ର 2 ଟି ଗୋଦାମରୁ ବିପୁଳ ପରିମାଣ ର ତମାଖୁ, ଗୁଟଖା ଏବଂ ଭାଙ୍ଗ ଜବତ କରିବା ସହ ଏହି ବେଆଇନ ଗୁଟଖା ର କିଙ୍ଗ ପିନ ରବି କୁମାର ଙ୍କୁ ପୋଲିସ ଗିରଫ କରାଯାଇଥିବା ସୂଚନା ଦେଇ ଛନ୍ତି |
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡକ୍ତର ଶ୍ରଵଣ ବିବେକ ଚୋରା ଗୁଟଖା ର କିଙ୍ଗ ପିନ କୁ ପୋଲିସ ରାଣୀଗୁଡା ଅଞ୍ଚଳ ରୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯିବ ସହ ଏହାର ଆନୁମାନିକ ମୂଲ୍ୟ 25 ଲକ୍ଷ ଟଙ୍କା ହେବ ବୋଲି ଜଣାଇଛନ୍ତି | ଏହି ପାଞ୍ଚୋଟି ଗୋଦାମ ରୁ 330 ବସ୍ତା ଗୁଟଖା ଜବତ ହୋଇଛି ଆଗକୁ ଆହୁରି ଏ ଭଳି ଚଢ଼ାଉ ଜାରି ରହିବ ବୋଲି ରାୟଗଡା ଜିଲ୍ଲା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ଜଣାଇ ଛନ୍ତି।










