
ବ୍ରହ୍ମପୁରସଦର,୨୯-୧୧-୨୦୨୦(ଇ.ରଞ୍ଜନ):
ସଦର ଥାନା ଅନ୍ତର୍ଗତ ଗୁରୁଣ୍ଠି ହୁଗୁଳା ପଟ୍ଟା ରୋଡରେ ଆଜି ପୂର୍ବାହ୍ନ ୧0 ସମୟ ରେ ଏକ ସ୍କୁଟିକୁ ଧକ୍କା ଦେଇଛି ଓଆର ଓଡି 0୭ କେ 0084 ଟ୍ରାକଟର ଯାହାଫଳରେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳ ରେ ହିଁ ମୃତ୍ୟୁ ଘଟିଛି ମୂର୍ତକ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝେଲି ଗ୍ରାମର ରାଧା କୃଷ୍ଣ ପଣ୍ଡା(୫୩)ସେ ପୂର୍ବାହ୍ନ ସମୟରେ କୌଣସି କାର୍ଯ୍ୟ ରେ ହୁଗୁଳାପଟ୍ଟା ଦେଇ ଦୁଇ ଜଣ ବ୍ରହ୍ମପୁର ଆସୁଥିବା ବେଳେ ଟ୍ରାକଟରଟି ସେହି ରାସ୍ତା ଦେଇ ରେଗିଡି ଛକ ଯାଉଥିଲା |
ଭାରସାମ୍ୟ ହରେଇ ଭୁଲ ରାସ୍ତାକୁ ଅତିକ୍ରମ କରିବା ରୁ ଫେସିନ ସ୍କୁଟିରେ ଆସୁଥିବା ରାଧାକୃଷ୍ଣ ପଣ୍ଡା ଙ୍କ ଉପରେ ଟ୍ରାକଟରର ଡାଲା ଟି ଅଲଟି ପଡିବା ରୁ ଚାପି ହୋଇ ପଣ୍ଡାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗରେ ଥିବା କବିରାଜ ପାଢ଼ୀ ଙ୍କ ଶକ୍ତଆଘାତ ଲାଗିଛି l ଘଟଣାସ୍ଥଳ ରେ ନିମଖଣ୍ଡି ଫାଣ୍ଡି ଅଧିକାରୀ ପ୍ରତାପ ଚନ୍ଦ୍ର ରଥ ଏବଂ କ ନେଷ୍ଟେବଳ ପହଂଚି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ କୁ ସ୍ଥାନାନ୍ତର ବେଳେ ଆହାତ କବିରାଜ ଙ୍କୁ ଚିକିତ୍ସା ପାଇଁ ପଠାଇ ଟ୍ରାକଟର ଡ୍ରାଇଭର ଙ୍କୁ ଥାନା ରେ ଅଟକ ରଖି କେସ ନ 360/20ଅପ ମୁର୍ତ୍ୟୁ ମାମଲା ରୁଜୁ କରିଥିବା ଫାଣ୍ଡିଅଧିକାରୀ ପ୍ରତାପ ଚନ୍ଦ୍ର ରଥ ସୂଚନା ଦେଇଛନ୍ତି |











