
ଜଟଣୀ, (ଖୋର୍ଦ୍ଧା ଜିଲ୍ଲା)୨୯-୧୧-୨୦୨୦ (ସଞ୍ଜୀବ କୁମାର): ୧୯୮୫ ରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଜଟଣୀ ପୌରାଞ୍ଚଳ ରାମଚନ୍ଦ୍ରପୁର ମୌଜାରେ ରାମଚନ୍ଦ୍ରପୁର ହାଉସିଂ ସ୍କିମ୍ ଆରମ୍ଭ କରିଥିଲେ । ଏହି ହାଉସିଂ ସ୍ଟିରେ ମଧ୍ୟମ ଆୟ ଶ୍ରେଣୀଭୁକ୍ତ (ଏମ୍.ଆଇ.ଜି) ବ୍ୟକ୍ତି ମାନଙ୍କ ପାଇଁ ୪୫ଟି ଏମ୍.ଆଇ.ଜି ଗୃହ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇ.ଡବ୍ଲ୍ୟୁ.ଏସ୍) ବ୍ୟକ୍ତି ମାନଙ୍କ ପାଇଁ ୮୦ଟି (ଇ.ଡବ୍ଲ୍ୟୁ.ଏସ୍ ) ଗୃହ ନିର୍ମାଣ କରାଯାଇଥିଲା । ଉପରୋକ୍ତ ଦୁର ଆର୍ଥିକ ଶ୍ରେଣୀର ବ୍ୟକ୍ତି ମାନଙ୍କୁ ସ୍ୱଳ୍ପ ମୂଲ୍ୟରେ କିସ୍ତି ମାଧ୍ୟମରେ ବିଡିଏ ପକ୍ଷରୁ ବାସଗୃହ ଯେଗାଇଦେବା ପାଇଁ ଏହି ରାମଚନ୍ଦ୍ରପୁର ହାଉସିଂ ସ୍କିମ ଆରମ୍ଭ ଆରମ୍ଭ କରାଯାଇଥିଲା ।
ବିଡ଼ିଏ ଠାରୁ ଏହି ଦୁଇ ଶ୍ରେଣୀର ବାସଗୃହ ନେଇ ଗୃହ ମାଲିକମାନେ ଘର ବାବଦକୁ ସମସ୍ତ କିସ୍ତି ଟଙ୍କା ମଧ୍ୟ ସମ୍ବର୍ଷ ଭାବେ ବିଡ଼ିଏ କର୍ତ୍ତୃପକ୍ଷଙ୍କ ନିକଟରେ ପଇଠ କରିସାରିଛନ୍ତି ।ମାତ୍ର ଏ ମରେ ୩୪ ବର୍ଷ ବିତିଯାଇଥିଲେ ବି ଗୃହ ମାଲିକ ମାନଙ୍କ ପାଖରେ ବିଡ଼ିଏ ଦ୍ଵାରା ପ୍ରଦତ୍ତ ଲିଜ୍ ଏଗ୍ରିମେଣ୍ଟ ବ୍ୟତୀତ କୌଣସି ରେଜିଷ୍ଟ୍ରି ବିକ୍ରୟ ପତ୍ର ନାହିଁ । ଯାହା ଫଳରେ ଏହି ବିଡ଼ିଏ ଘର ନେଇଥିବା ଗୃହ ମାଲିକମାନେ ଆବଶ୍ୟକସ୍ଥଳେ ନିଜ ଘରକୁ ବିକ୍ରୟ କରିପାରୁ ନାହାନ୍ତି କିମ୍ବା ଗୃହକୁ ବ୍ୟାଙ୍କରେ ବନ୍ଧକ ରଖି ରଣ ମଧ୍ୟ ଆଣି ପାରୁନାହାନ୍ତି ।
ଗୃହ ମାଲିକମାନଙ୍କ ରେଜେଷ୍ଟ୍ରି ବିକ୍ରି କବିଲା କରିବା ନିମନ୍ତେ ଅନୁରୋଧ କରୁଥିଲେ ବି କର୍ତ୍ତୃପକ୍ଷ ସେଥିପ୍ରତି କୌଣସି ଠୋସ ପଦକ୍ଷେପ ନେଇନାହାନ୍ତି । ତୁରନ୍ତ ବିଡ଼ିଏ କର୍ତ୍ତୁପକ୍ଷ ଜଟଣୀ ବିଡ଼ିଏ କଲୋନୀରେ ଘର ନେଇଥିବା ଗୃହ – ମାଲିକ ମାନଙ୍କ ନାମରେ ରେଜିଷ୍ଟ୍ରି ବିକ୍ରି କବଲା ସଂପାଦନ କରିବା ପାଇଁ ଦାବି କରାଯାଇଛି ।







