Saturday, October 10, 2026
Home ଅପରାଧ ଆସିକା ପୋଲିସ ଦ୍ୱାରା ଆଠ ଜଣ ଦୁର୍ଦାନ୍ତ ଅପରାଧୀ ଗିରଫ

ଆସିକା ପୋଲିସ ଦ୍ୱାରା ଆଠ ଜଣ ଦୁର୍ଦାନ୍ତ ଅପରାଧୀ ଗିରଫ

94

ଆସିକା,୨୯-୧୧-୨୦୨୦(ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ଆସିକା ପୋଲିସ ଦ୍ୱାରା ଆଠ ଜଣ ଦୁର୍ଦାନ୍ତ ଅପରାଧୀ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟର ବିଭିନ୍ନ ପ୍ରକାର ମାରଣା ଅସ୍ତ୍ର , ଦଶଟି ମାଉଜର, ୫୩ ରାଉଣ୍ଡ ଜୀବନ୍ତ ଗୁଳି ୧୨ଟି ବୋମା ତା ସହିତ ଜବତ ହୋଇଛି ଚାରଟି ବାଇକି ଖବର ଅନୁଯାୟୀ, ଜିଲ୍ଲାକୁ ଅପରାଧୀ ମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ, ବଡଗଡ଼ ଥାନା ଅଧିକାରୀ ଓ ଧରାକୋଟ ଥାନା ଅଧିକାରୀ ସାମିଲ ଥିଲେ । ଆସିକା ଧରାକୋଟ ବଡଗଡ଼ ଗାଙ୍ଗପୁର ଥାନା ଅଞ୍ଚଳରେ ବିଭିନ୍ନ ହତ୍ୟା ଏବଂ ହତ୍ୟା ଉଦ୍ୟମ, ଚୋରି ଡକାୟତି ଭଳି ବିଭିନ୍ନ ସଙ୍ଗୀନ ମାମଲା ରହିଥିବା ନେଇ ପୋଲିସ କହିଛି ।