Home ଜିଲ୍ଲା ଖୋର୍ଦ୍ଧା କୋଭିଡ ଆଇନକୁ ଉଲଂଘନ: ଏଲିମେଂଟାରୀ ଶିକ୍ଷକ ସଂଘର ବାର୍ଷିକୋ ବୈଠକ ବେଳେ ପୁଲିସର ଚଢାଉ

କୋଭିଡ ଆଇନକୁ ଉଲଂଘନ: ଏଲିମେଂଟାରୀ ଶିକ୍ଷକ ସଂଘର ବାର୍ଷିକୋ ବୈଠକ ବେଳେ ପୁଲିସର ଚଢାଉ

58

ଖୋର୍ଦ୍ଧା,୨୯-୧୧-୨୦୨୦ (ସଞ୍ଜୀବ କୁମାର) :
କୋଭିଡ ନିୟମକୁ ଖୋଲାଖୋଲି ଉଲଂଘନ କରି ଜଟଣୀ ବ୍ଲକସ୍ତରୀୟ ଏଲିମେଂଟାରୀ ଶିକ୍ଷକସଂଘର ଏକ କର୍ମକର୍ତା ଚୟନକାର୍ଯ୍ୟକ୍ରମ ଜଟଣୀ ସ୍ଥିତ ଶୁସିଳାଦେବୀ ପ୍ରଗତିବିଦ୍ୟାପିଠ ପରିସରରେ ଆୟୋଜିତ ହୋଇଥିଲା । ଏନେଇ ପୁଲିସକୁ ସୁଚନା ମିଳିବାପରେ ଜଟଣୀପୁଲିସ ଅିତର୍କିତ ଚଢାଉ କରିଥିଲା । ଚଢାଉବେଳେ କେତେକ ଶିକ୍ଷକ ଖସିପଳାଇ ଯାଇଥିବା ବେଳେ ପୁଲିସ ଆୟୋଜକମାନଙ୍କୁ ଥାନାକୁ ଆଣିଥିଲା । ମାତ୍ର ସଂଧ୍ୟାରେ କୋଭିଡ ଆଇନ ଉଲଂଘନକାରୀ ଶିକ୍ଷକମାନଙ୍କୁ ଛାଡିଦେଇଥିବା ନେଇ କେତେକ ଶିକ୍ଷକ ଅଭିଯୋଗ ଉଠାଇଛନ୍ତି । ସୁଚନାନୁସାରେ, ଜଟଣୀବ୍ଲକ ଅନ୍ତର୍ଗତ ଏଲିମେଂଟାରୀ ଶିକ୍ଷକସଂଘର ନୂତନ କର୍ମକର୍ତା ଗଠନପାଇଁ କେତେକ ଶିକ୍ଷକ ଦିର୍ଘଦିନରୁ ଦାବି କରିଆସୁଥିଲେ । ବିନା ପଜିଂକୃତରେ ଏହି ସଂଘଦିର୍ଘ ଦିନରୁ କାର୍ଯ୍ୟକାରୀ ହେବାପରେ ରାଜ୍ୟ ସଂଘ ଏହାର ବିରୋଧ କରିଆସୁଛି । ତେବେ ଏନେଇ କେତେକ ଶିକ୍ଷକମାନେ ନୂତନ ପଜିଂକୃତ ସଂଘ ଗଠନ କରିବାଲାଗି ମନବଳାଇଥିଲେ । ମାତ୍ର ଦିର୍ଘଦିନ ବିତିଯାଇଥିଲେ ସୁଧା ନୂତନକର୍ମକର୍ତା ଗଠନ କରାଯାଉନଥିବା ଅଭିଯୋଗ ହୋଇଥିଲା । ତେବେ ଜଟଣୀ ହାଟବଜାର କ୍ଲଷ୍ଟରର ସିଆରସିସି ମାନଗୋବିନ୍ଦ ସାହୁ ଏଲିମେଂଟାରୀ ଶିକ୍ଷକସଂଘର ବୈଠକଲାଗି ସମସ୍ତକ୍ଲଷ୍ଟରର ଶିକ୍ଷକମାନଙ୍କୁ ୨୭ ତାରିଖ ସ୍ଥାନୀୟ ଶୁଶିଳାଦେବୀ ପ୍ରଗତିବିଦ୍ୟାପିଠରେ ପିଁଚିବାଲାଗି ସୁଚନାଦେଇଥିଲେ । ଓଷ୍ଟାସଂଘର ସଭାପତି ତଥା ସହକାରୀ ଶିକ୍ଷକ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ ଜଟଣୀବ୍ଲକର ସମସ୍ତ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀ, ସହକାରୀ,ଜିଲାପରିଷଦ ସହକାରୀ,ଗଣଶିକ୍ଷକ/ଶିକ୍ଷୟତ୍ରୀ,କନିଷ୍ଠ,କଂଟ୍ରାକ୍ଟଚୁଆଲ ଇତ୍ୟାଦିଙ୍କ ୬୦ରୁ ୭୦ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଶୁଶିଳାଦେବୀ ପ୍ରଗତି ବିଦ୍ୟାପିଠରେ ଏକତ୍ରିତ ହୋଇଥିଲେ ।

ମାତ୍ର ଏୟୁପିଟିଏଫ ପାଇଁ ବ୍ଲକସ୍ତରୀୟ କର୍ମକର୍ତା ଚୟନକରିବାଲାଗି ବୈଠକ ଆରମ୍ଭରୁ କେହିଜଣେ ବ୍ୟକ୍ତି ପୁଲିସକୁ ଅବଗତ କରିଦେଇଥିଲା । ତେଣୁ ଘଟଣାସ୍ଥଳରେ ପୁଲିସ ପହଁଚି ଯାଇ ଏତେମାତ୍ରାରେ କାହିଁକି ଏକତ୍ରିତ ହୋଇଥିବା ପଚାରିବା ସହିତ ଆୟୋଜକଙ୍କୁ ଥାନାକୁ ଆଣିଥିଲା । ତେଣୁ ପୁଲିସ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଥାନାକୁ ଡାକି ପଚରାଉଚରା ପରେ ନିଦ୍ୱନ୍ଦରେ ଛାଡିଦେଇଥିଲା । ତେବେ ଏନେଇ ବିଭିନ୍ନ ମହଲରେ ପୁଲିସର ଏପରି ପକ୍ଷପାତିତାକୁ ନେଇ ପ୍ରଶ୍ନ ଉଠିଛି । ଯଦି କୈାଣସି ସାଧାରଣ ବ୍ୟକ୍ତି କିମ୍ବା ବ୍ୟବସାୟୀ ହେଉ ବା ଗାଡିଚାଳକ କୋଭିଡ ଆଇନକୁ ଉଲଂଘନ କରୁଛି,ତେବେ ସେଥିପ୍ରତି ପୁଲିସ କଠୋରପନ୍ଥୀ ବ୍ୟବସ୍ଥା ଆପଣେିଇଦେଇ ସେମାନଙ୍କୁ ଫାଇନ ଏବଂ ମାଡମାରୁଛି । ହେଲେ ସମାଜକୁ ସତ୍ୟରବାର୍ତା ଦେଉଥିବା ନିଷ୍ଠାପର ଶିକ୍ଷକସମାଜ କେଉଁ ଆଇନବଳରେ ୬୦ରୁ ୭୦ଜଣଙ୍କୁ ଏକତ୍ରିତ କରି ବୈଠକର ଆୟୋଜନ କରିଥିଲେ । ତାହାପୁଣି ସରକାରଙ୍କ ବିନା ନିର୍ଦ୍ଧେଶକ୍ରମେ କରାଯାଇଥିଲା । ସରକାରଙ୍କ ନିର୍ଦ୍ଧେଶକ୍ରମେ ମହାମାରୀ କୋଭିଡ ସମୟରେ କିଛିଦିନ ଲଗାତାରଭାବେ ଶିକ୍ଷକମାନେ ସଚେତନତାପାଇଁ କାର୍ଯ୍ୟକରି ଆସୁଥିଲେ । ତେଣୁ ଏହି ଶିକ୍ଷକ ସମାଜକିପରି ଆଇନକୁ ଉଲଂଘନ କରି ବିନା ଦିଗ୍ଧାରେ ଖସିପଳାଇବାରେ ସକ୍ଷମ ହେଲା ବୋଲି ଅନେକ ବ୍ୟକ୍ତି ପ୍ରଶ୍ନକରିଛନ୍ତି । ଅନ୍ୟ ପକ୍ଷରେ ଏହି ବୈଠକରେ କେତେକ ଅବସରପ୍ରାପ୍ତ ଶିକ୍ଷକ ଯୋଗଦେଇଥିବା ବେଳେ ଏଲିମେଂଟାରୀ ଶିକ୍ଷକମାନଙ୍କ ବୈଠକ କେଉଁ ଆଧାରରେ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜନ ହୋଇଥିଲା ତାହା ଏବେ ସମସ୍ତଙ୍କପାଇଁ ପ୍ରଶ୍ନବାଚି ହୋଇରହିଛି । ଏଥିପ୍ରତି ଗଣଶିକ୍ଷାବିଭାଗ ଦୃଷ୍ଟିଦେବାକୁ ସାଧାରଣ ଓ ଶିକ୍ଷକସମାଜ ପ୍ରଭୃତି ଦାବି କରିଛି ।