
ଖୋର୍ଦ୍ଧା,୨୯-୧୧-୨୦୨୦ (ସଞ୍ଜୀବ କୁମାର) :
ଲୋକମାନଙ୍କ ସୁବିଧା ପାଇଁ ଗୁରୁବାର ଦିନ ସ୍ଥାନୀୟ ଜଟଣୀ କଲେଜ ନିକଟରେ ଜନସେବା କେନ୍ଦ୍ରରେ ନୂତନ ଆଧାର ସେବା କେନ୍ଦ୍ର, ଗ୍ରାମୀଣ ଇଷ୍ଟୋର ଏବଂ ଖୋର୍ଦ୍ଧା ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ଓ ଅନଗ୍ରସର ଶ୍ରେଣୀର ଯୁବକ ଯୁବତୀମାନଙ୍କ ପାଇଁ ଡିଜିଟାଲ ସାକ୍ଷରତା ପ୍ରଶିକ୍ଷଣ କେନ୍ଦ୍ର ଜଟଣୀର ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି କେନ୍ଦ୍ର ଦ୍ୱାରା ଆଗାମୀ ଦିନରେ ଜଟଣୀ ଓ ଆଖପାଖ ଅଂଚଳର ଜନସାଧାରଣ ସୁବିଧାରେ ସେମାନଙ୍କର ଆଧାର କାର୍ଡ ସମ୍ବନ୍ଧୀୟ ସମସ୍ତ ସେବା ପାଇପାରିବେ । ଗ୍ରାମୀଣ ଇଷ୍ଟୋର ଦ୍ୱାରା ସ୍ଥାନୀୟ ମହିଳା ଓ ଦୁର୍ବଳ ଶ୍ରେଣୀ ନାଗରିକ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଅନ୍ଲାଇନ୍ ମାଧ୍ୟମରେ ବିକ୍ରୟ କରାଯାଇ ସେମାନଙ୍କ ଆର୍ôଥକ ମାନଦଣ୍ଡରେ ଉନ୍ନତି ଅଣାଯାଇପାରିବ । ଡିଜିଟାଲ ସ୍ୱାକ୍ଷରତା ମିଶନରେ ଅନଗ୍ରସର ଯୁବକ ଯୁବତୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହାର ଉପଯୋଗୀତା ଓ ବ୍ୟବହାର ସଂପର୍କରେ ପ୍ରଶିକ୍ଷଣ ଦିଆଯାଇ ଅନ୍ଲାଇନ୍ ବ୍ୟବସାୟକୁ ପ୍ରୋତ୍ସାହନ ଦିଆଯାଇପାରିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୌରାଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ, ଛଣଘର ପଂଚାୟତର ସରପଂଚ ସୁନୀଲ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଜଟଣୀ ଜନସେବା କେନ୍ଦ୍ରର ମୁଖ୍ୟ ରାଜଶ୍ରୀ ଦାସ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ସରୋଜ କୁମାର ସାହୁ ଓ ଶୋଭାଜିତ ସ୍ୱାଇଁ ଓ ଅନ୍ୟାନ୍ୟ କର୍ମକର୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।






