
ନୂଆଦିଲ୍ଲୀ,୨୯-୧୧-୨୦୨୦(ଜ଼ିଲ୍ଲା ଖବର):
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାଇଡସ କ୍ୟାଡିଲା ଦ୍ୱାରା ବିକଶିତ କରାଯାଉଥିବା ଡିଏନଏ ଆଧାରିତ ସ୍ୱଦେଶୀ ଟୀକା ବିଷୟରେ ଅଧିକ ଜାଣିବା ଲାଗି ଅହମ୍ମଦାବାଦ ସ୍ଥିତ ଜାଇଡସ ବାୟୋଟେକ ପାର୍କ ପରିଦର୍ଶନ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଥିଲେ, “ଜାଇଡସ କ୍ୟାଡିଲା ଦ୍ୱାରା ବିକଶିତ କରାଯାଉଥିବା ଡିଏନଏ ଆଧାରିତ ସ୍ୱଦେଶୀ ଟୀକା ବିଷୟରେ ଅଧିକ ଜାଣିବା ଲାଗି ଅହମ୍ମଦାବାଦସ୍ଥିତ ଜାଇଡସ ବାୟୋଟେକ ପାର୍କ ପରିଦର୍ଶନ କଲି । ଏହି କାର୍ୟ୍ୟ ପଛରେ ଥିବା ଟିମର ପ୍ରୟାସକୁ ମୁଁ ପ୍ରଶଂସା କରୁଛି । ଏହି ଯାତ୍ରାରେ ସେମାନଙ୍କୁ ସହାୟତା ଦେବା ଲାଗି ଭାରତ ସରକାର ସେମାନଙ୍କ ସହିତ ସକ୍ରିୟ ଭାବେ କାର୍ୟ୍ୟ କରୁଛନ୍ତି ।



