
ଭଞ୍ଜନଗର,(ଗଂଜାମ),୨୯-୧୧-୨୦୨୦(ନିରାକାର ସାହୁ) :
ଓରମାସ, ଓ ପାନୀୟ ଜଳଯୋଗାଣ ବିଭାଗ ମିଳିତ ଆନୁକୂଲ୍ୟରେ ଭଞ୍ଜନଗର ପୁରୁଣା ଜେଲ ପଡିଆ ଠାରେ କ୍ଷୁଦ୍ର ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଏହାର ଉଦଘାଟନ କରିଛନ୍ତି | ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ହେଲା ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଓ ହସ୍ତ ଶିଳ୍ପୀ କଳାକାରଙ୍କୁ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରିବା । ବିଭିନ୍ନ ଘରକରଣା,ନିତ୍ୟ ବ୍ୟବହାର୍ଯ୍ୟ, ଖାଦ୍ୟ ସାମଗ୍ରୀ ଇତ୍ୟାଦି ପ୍ରଦର୍ଶନୀ ରେ ସ୍ଥାନ ପାଇଛି । ପ୍ରଦର୍ଶନୀ ରେ ଛଅ ଗୋଟି ଷ୍ଟଲ କରାଯାଇଛି |
ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ଅନିଲ କୁମାର ସେଠୀ,ଓରମାସ ଡେପୁଟି ସିଇଓ ଡ଼. ଜ୍ୟୋତି ପ୍ରକାଶ ମହାନ୍ତି ,ଓ ଭଞ୍ଜନଗର ର ଓଏଲଏମ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ | ଏହି ପ୍ରଦର୍ଶନୀ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଡ଼.ମହାନ୍ତି କହିଛନ୍ତି।



