Tuesday, October 13, 2026
Home ଜିଲ୍ଲା କନ୍ଧମାଳ କ.ନୂଆଗାଁରେ ୧୯ କୋଟିର ଗଂଜେଇ କୁ ନଷ୍ଟ କଲା ପ୍ରଶାସନ

କ.ନୂଆଗାଁରେ ୧୯ କୋଟିର ଗଂଜେଇ କୁ ନଷ୍ଟ କଲା ପ୍ରଶାସନ

65

ବାଲିଗୁଡା,୨୮-୧୧-୨୦୨୦(ସୁକାନ୍ତ କୁମାର ତ୍ରିପାଠୀ) :
କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ୍‌ ଓ ଅବକାରୀ ବିଭାଗର ପକ୍ଷରୁ ସାଇନପଡ଼ା ଅଞ୍ଚଳରେ ପୁଣି ମିଳିତ ଚଢ଼ାଉ କରାଯାଇଛି ।19 କୋଟି ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ବେଆଇନ୍‌ ରେ କ.ନୂଆଗାଁ ଥାନା ସାଇନପଡ଼ା ଗ୍ରାମ ପଞ୍ଚାୟତର ଦାଉଗାଁ, ବିଞ୍ଜର କୁଟି ଅଞ୍ଚଳରେ 190 ଏକର ଜଙ୍ଗଲ ଜମିରେ ହୋଇଥିଲା ଗଞ୍ଜେଇ ଚାଷ । ପୂର୍ବପ୍ରସ୍ତୁତି ଅନୁଯାୟୀ ଏହିସବୁ ଅଞ୍ଚଳରେ ମିଳିତ ଅପରେସନ୍‌ କରି ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଗଛ କାଟିବା ସହ ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରାଯାଇଛି |

ଏହି ଗଞ୍ଜେଇ ଚାଷ ଅଞ୍ଚଳ ରେ ଡ୍ରେନ ସାହାଯ୍ୟରେ ପାଣି ମଡ଼ା ଯାଉଥିବା ଦେଖିବାକୁ ମିଳିଛି | ଏହି ଅପରେସନରେ କ.ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ,,ଏସ୍‌ଆଇ ପ୍ରମୋଦ କୁମାର ବେହେରା, ବାଲିଗୁଡ଼ା ଅବକାରୀ ଏସ୍‌ଆଇ ନିରୁପମା ପ୍ରଧାନ,କ.ନୁଆଗାଁ ତହସିଲଦାର ମନୋଜ କୁମାର ଦେବତାଙ୍କ ସହ ସଶସ୍ତ୍ର ପୋଲିସ୍‌ ଫୋର୍ସ ଓ ଅବକାରୀ ବିଭାଗର କର୍ମଚାରୀ ଏଥିରେ ସାମିଲଥିଲେ । ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି କ.ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ ।