Saturday, November 14, 2026
Home ଆଞ୍ଚଳିକ ଆସ୍କା ବିଜେପି ମହିଳା ମୋର୍ଚା ତରଫରୁ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ଆସ୍କା ବିଜେପି ମହିଳା ମୋର୍ଚା ତରଫରୁ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

95

ଆସ୍କା,୨୮-୧୧-୨୦୨୦(ପବିତ୍ର ମୋହନ ମହାରଣା):
ବହୁ ଚର୍ଚ୍ଚିତ ନୟାଗଡ ର କୁନିଝିଅ ପରି ହତ୍ୟା ମାମଲା ରେ ମନ୍ତ୍ରୀ ଅରୁଣ ସାହୁ ଙ୍କ ସମ୍ପୃକ୍ତ ଏବଂ ପୋଲିସ ର ଅପାରଗତା ପାଇଁ ଆସିକା ବିଜେପି ମହିଳା ମୋର୍ଚା ତରଫରୁ ମନ୍ତ୍ରୀ ଅରୁଣ ସାହୁ ଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ଘଟଣା ଟିର ତୁରନ୍ତ ସି ବି ଆଇ ତଦନ୍ତ ହେଉ ବୋଲି ଦାବି କରାଯାଇଛି |

ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରି ଆସିକା ବିଜେପି ମହିଳା ମୋର୍ଚା ଆସିକା ମୁଖ୍ୟ ରାସ୍ତା ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପରି କୁ ନ୍ୟାୟ ଯଥାଶୀଘ୍ର ପ୍ରଦାନ କରାଯାଇ ପ୍ରକୃତ ଦୋଷୀ କୁ ଧାରନଗଲେ ଆଗାମୀ ଦିନ ରେ ଭାରତୀୟ ଜନତା ପାର୍ଟି ତରଫରୁ ଆନ୍ଦୋଳନ ତୀବ୍ର କରିବା ସହ ରାଜରାସ୍ତା କୁ ଓଲ୍ହାଇବେ ବୋଲି କୁହାଯାଇଛି |