Saturday, November 14, 2026
Home ଆଞ୍ଚଳିକ ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ୟୁନିୟନ ର ଷଷ୍ଠ ମାସିକ ବୈଠକ

ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ୟୁନିୟନ ର ଷଷ୍ଠ ମାସିକ ବୈଠକ

81

ଜଗନ୍ନାଥପ୍ରସାଦ,(ଗଞ୍ଜାମ)୨୮-୧୧-୨୦୨୦(ନିରାକାର ସାହୁ):
ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ୟୁନିୟନ ର ଷଷ୍ଠ ମାସିକ ବୈଠକ ଜଗନ୍ନାଥ ପ୍ରସାଦ ର ଶ୍ରୀ ଶ୍ରୀ ଜଳେଶ୍ବର ମହାଦେବ ପୀଠ ରେ ସଭାପତି ନିରାକାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଡିଜିଟାଲ ମିଡ଼ିଆ ଆସୋସିଏସନ ର ସଭାପତି ଲକ୍ଷ୍ମଣ କୁମାର ସାମନ୍ତରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ |

ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ବେହେରା ଓ ମିଡ଼ିଆ ଉପଦେଷ୍ଟା ପ୍ରକାଶ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସାମ୍ବାଦିକ ମାନଙ୍କ ସୁରକ୍ଷା, ବିମାଭୁକ୍ତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଖବର ପ୍ରକାସନ କୁ କେନ୍ଦ୍ର କରି ବିଭିନ୍ନ ସମୟ ରେ ସାମ୍ବାଦିକ ମାନଙ୍କ ବିରୋଧରେ ଆସୁଥିବା ମିଥ୍ୟା ଏତେଲା କୁ ଡିଜିଟାଲ ମିଡ଼ିଆ ଆସୋସିଏସନ (ଡିଏମଏ) ବରଦାସ୍ତ କରିବ ନାହିଁ, ଆବଶ୍ୟକ ପଡ଼ିଲେ ଆନ୍ଦୋଳନ କରିବ ବୋଲି ଅତିଥିମାନେ ମତ ରଖିଥିଲେ।