Wednesday, October 14, 2026
Home ଅପରାଧ ଦେଶୀ ମଦ ଦୋକାନରେ ଲୁଚାଛପାରେ ବିଦେଶୀ ମଦ ବିକ୍ରି

ଦେଶୀ ମଦ ଦୋକାନରେ ଲୁଚାଛପାରେ ବିଦେଶୀ ମଦ ବିକ୍ରି

64

ହିଞ୍ଜିଳିକାଟୁ,୨୮-୧୧-୨୦୨୦(ରଜନୀ ପାତ୍ର): ଅବକାରୀ ବିଭାଗ ପାଇଁ ନାକେଦମ୍ ହେଉଛି ପୋଲିସ।ହିଞ୍ଜିଳି ଥାନା ଅଧୀନ ଦୁର୍ବନ୍ଧ ଅଞ୍ଚଳ ରେ ବେଆଇନ ଭାବେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଗଚ୍ଛିତ ରଖି ଜଣେ ବ୍ୟକ୍ତି ବିକ୍ରି କରୁଥିବା ହିଞ୍ଜିଳି ପୋଲିସ କୌଣସି ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଁ ଗତକାଲି ରାତି ରେ ଅତର୍କିତ ଚଢ଼ାଉ କରି ବେଆଇନ ଭାବେ ମଦ ବିକ୍ରି ଅଭିଯୋଗ ରେ ନରହରି ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ଗିରଫ ବ୍ୟକ୍ତିଙ୍କୁ ନିକଟରୁ ପ୍ରାୟ ୨୬ଲିଟରରୁ ଉର୍ଦ୍ଧ୍ୱ ବିଭିନ୍ନ ବ୍ରାଣ୍ଡର ମଦ ଜବତ କରିବା ସହ ଏନେଇ ଥାନା କେସ ନମ୍ୱର୍ ୪୨୮/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।ହିଞ୍ଜିଳି ଥାନା ରେ ପ୍ରତି ମାସ ରେ ୩ରୁ୪ ଟି ମଦ କେସ ରୁଜୁ ହେଉଥିବା ବେଳେ ଅବକାରୀ ବିଭାଗର ନୀରବତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଅବକାରୀ ବିଭାଗର କାର୍ଯ୍ୟକାଳ ଆଗମୀ ଦିନରେ କିଭଳି ରହୁଛି ତାହା ଉପରେ ସମସ୍ତଙ୍କ ନଜର।