Sunday, November 15, 2026
Home ଜିଲ୍ଲା ବିଭିନ୍ନ ଉନ୍ନତି ବିଷୟରେ ଆଲୋଚନା କଲେ ଗୋଷ୍ଠୀଉନ୍ନୟନ ଅଧିକାରୀ

ବିଭିନ୍ନ ଉନ୍ନତି ବିଷୟରେ ଆଲୋଚନା କଲେ ଗୋଷ୍ଠୀଉନ୍ନୟନ ଅଧିକାରୀ

9

ଚନ୍ଦ୍ରପୁର,୨୮-୧୧-୨୦୨୦ (କୈଳାସ ମାଳବିଶୋଇ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜର୍ଜ ଡୁଙ୍ଗ ଡୁଙ୍ଗ ଆଠଟି ପଞ୍ଚାୟତ ର ସମିତି ସଭ୍ୟ/ସଭ୍ୟା ,ସରପଞ୍ଚ ଓ ସରକାରୀ କର୍ମଚାରୀ ଉପସ୍ଥିତ ରହି ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବା ଏମଜି ଏନ ଆରଜି,ପାନୀୟ ଜଳ, କରେଣ୍ଟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ନୂତନ ଭତ୍ତା ବିଷୟରେ ଆଲୋଚନା କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ହନମନ୍ତପୁର ସମିତି ସଭ୍ୟ ଶ୍ରୀ ଦ୍ରୋଣ ସବର ଚନ୍ଦ୍ରପୁର ବ୍ଲକ କୁ ନୂତନ ଭତ୍ତା କେତେ ଆସିଛି ବୋଲି କହିଛନ୍ତି । ଶ୍ରୀ ଡୁଙ୍ଗ ଡୁଙ୍ଗ ମହାସୟ କହିଛନ୍ତି ଆମକୁ (୮୦)ଜଣ ହିତାଧିକାରୀ ନୂତନଭତ୍ତା ଆସିଛି।

ଏହା ପରେ ସମିତି ସଭ୍ୟ ଦ୍ରୋଣ କହିଛନ୍ତି ଯେ ସାର ୨୦୧୭ ମସିହା ଠାରେ ଆମ ହନମନ୍ତପୁର ପଞ୍ଚାୟତ ବେଲାମଗୁଡା ଗ୍ରାମର ଜାଗେରି ଜାଗାରାଙ୍ଗା ସ୍ୱାମୀ ପୁନି ଜାଗାରାଙ୍ଗା ଙ୍କ ନାମରେ ନୂତନ ଭତ୍ତା ଆସିଥିଲା । ସେହି ସ୍ତ୍ରୀଲୋକ ଭତ୍ତା ନେବାପାଇଁ ବ୍ଲକ କୁ ଆସିଥିଲା ।

କିନ୍ତୁ ବ୍ଲକ କେସିୟର ଶ୍ରୀ ଦେବଦତ୍ତ ଡିବର ତାଙ୍କୁ ମନାକଲେ । ତେବେ ତାଙ୍କର ନାମରେ ଆସିବା ଟଙ୍କା କେଉଁ ଆଡକୁ ଗଲା ତାହା ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଖବର ମିଳିପାରୁନାହି ବୋଲି କହିଛନ୍ତି ।ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଭିମ ଗଗେରାଙ୍ଗା ମଧ୍ୟ ଶ୍ରୀ ଡୁଙ୍ଗ ଡୁଙ୍ଗ ଙ୍କୁ ଅବଗତ କରାଇଥିଲେ ଚନ୍ଦ୍ରପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ହିତାଧିକାରୀଙ୍କ ନାମରେ ଆସିଥିବା ଗ୍ରୁହ ଗୁଡିକ ମଧ୍ୟ ଅଧପନ୍ତରିୟା ହୋଇ ପଡିରହିଛି । ଏହାକୁ ନେଇ ମୁଁ ଖଜୁରୀ ପଦା ହିତାଧିକାରୀଙ୍କୁ ପଚାରିଲି ସେ କହିଛନ୍ତି ତୁଘର ସମ୍ପୂର୍ଣ୍ଣ ଭାବେ କରିପାରିବୁନାହି ।ତେଣୁ ଅନ୍ୟ ଏକ ଠିକାଦାର ସେହିକାମ କରିଦେବ ବୋଲି କହିଛନ୍ତି ।

କିନ୍ତୁ ଆଜି ପର୍ଯ୍ୟନ୍ତ ଅଧପନ୍ତରିୟା ହୋଇ ପଡିରହିଥିବା କହିଥିଲେ । ଏହାର ତଦନ୍ତ କରି କାମ ସମ୍ପୂର୍ଣ୍ଣ କରିବା ନିମନ୍ତେ କହିଛନ୍ତି । ଏବଂ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ତଦାରଖ କରିବେ ବୋଲି କହିଛନ୍ତି । ଏଥିରେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ। ଶ୍ରୀ ମତୀ ସଞ୍ଜିତା ପ୍ରଟିଙ୍ଗା, ଆଇସିଡିଏସ ସିଡିପିଓ ଶ୍ରୀ ମତୀ ଲଳିତା ପୁଜାରି, ଓ ବିଭିନ୍ନ ସରକାରୀ କର୍ମଚାରୀଯୋଗ ଦେଇଥିଲେ