“ସଞ୍ଚାର -୨” ତାଲିମ ଶିବିର ଅନୁଷ୍ଠିତ

27

ଆସିକା, (ଖିରୋଦ ଚନ୍ଦ୍ର ବେହେରା) : ସମଗ୍ର ଶିକ୍ଷା, ଗଞ୍ଜାମ ଆନୁକୂଲ୍ୟରେ ଗୋଷ୍ଠି ଶିକ୍ଷାଧିକାରୀ ଆସିକା ତତ୍ତ୍ଵାବଧାନରେ କାଳଷଣ୍ଢପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଅଭିଭାବକ ମାନଙ୍କ ନିମନ୍ତେ ଏକ ଦିବସୀୟ ତାଲିକା ଶିବିର “ସଞ୍ଚାର -୨” ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର କୁ କାଳଷଣ୍ଢପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସବିତା କୁମାରି ପଟ୍ଟନାୟକ ଉଦଘାଟନ କରି ଦିବ୍ୟାଙ୍ଗ ଶିଶୁ ମାନଙ୍କ ର ଘରେ ଏବଂ ବିଦ୍ୟାଳୟ ରେ ଦେଖାଯାଉଥିବା ସମସ୍ୟାର କିପରି ସମାଧାନ କରାଯାଇ ପାରିବ ଏବଂ ସରକାରଙ୍କ ତରଫରୁ ଥିବା ବିଭିନ୍ନ ସାହାଯ୍ୟ, ସହଯୋଗ ଉପରେ ଆଲୋକପାତ କରିଥିଲେ।

ଉକ୍ତ ଶିବିରରେ ନଳବଣ୍ଟା, ହରିଡାପଦର, କାଳଷଣ୍ଢପୁର କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ରେ ଅଧ୍ୟୟନରତ ଥିବା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୫୦ ରୁ ଅଧିକ ଅଭିଭାବକ ଯୋଗଦେଇ ତାଲିକା ନେଇ ଥିଲେ । ଉକ୍ତ ଶିବିରରେ ସମ୍ବଳ ଶିକ୍ଷକ ଭାବରେ ହରିଡାପଦର ଉଚ୍ଚ ବିଦ୍ୟାଳୟ ର ରାଜକିଶୋର ସ୍ବାଇଁ, କାଳଷଣ୍ଢପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରଶ୍ମିତା ରାଉତ ଏବଂ ଗୋଷ୍ଠୀ ସମ୍ବଳ ଶିକ୍ଷୟତ୍ରୀ, ଆସିକା ର ମନ୍ଦାକିନୀ ରଥ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଉତ୍ତମ ଗୃହ ପରିଚାଳନା ରେ ଅଭିଭାବକ ମାନଙ୍କ ଭୂମିକା , ଗୃହ ଏବଂ ବିଦ୍ୟାଳୟ ରେ ସେମାନଙ୍କର ଉପୁଜୁଥିବା ବିଭିନ୍ନ ସମସ୍ୟା ଏବଂ ତାର ସମାଧାନ ପାଉଥିବା ସହାୟକ ଉପକରଣ ଗୁଡିକ ର ସଠିକ ଯତ୍ନ ଏବଂ ରକ୍ଷଣାବେକ୍ଷଣ, ବିଭିନ୍ନ ସହାୟକ ସେବା ପ୍ରଦାନ କରୁଥିବା ସଂସ୍ଥା ଏବଂ ସେମାନଙ୍କ ର କାର୍ଯ୍ୟ ସମଗ୍ର ଶିକ୍ଷା, ଗଞ୍ଜାମ, ପଞ୍ଚାୟତ ସମିତି, ଆସିକା ଠାରୁ ମିଳୁଥିବା ସାହାଯ୍ୟ ସହଯୋଗ ଏବଂ କିଛି ସଫଳ କାହାଣୀ ମାଧ୍ୟମ ରେ ଆଲୋକପାତ କରି ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନେ କିପରି ସାଧାରଣ ଛାତ୍ର ଛାତ୍ରୀ ଙ୍କ ସହ ସମକକ୍ଷ ହୋଇପାରିବେ ତା ଉପରେ ବିକ୍ଷିପ୍ତ ଆଲୋଚନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ କାଳଷଣ୍ଢପୁର କ୍ଲଷ୍ଟରର ସି.ଆର୍.ସି.ସି ମନୋରଞ୍ଜନ ପାଢୀ ଅନ୍ତନିବେଶି ଶିକ୍ଷା ସ୍ବାଚ୍ଚ୍ଥାସେବି ଭାବରେ ଶିବଶଙ୍କର ପଣ୍ଡା ,ନୃସିଂହ ଲେଙ୍କା, ଫକୀରମୋହନ ପ୍ରଧାନ, ଶାନ୍ତିଲତା ପାତ୍ର ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ଗୋଷ୍ଠୀ ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ କାର୍ଯ୍ୟପରିଚାଳନା କରି ଥିଲେ। ହରିଡାପଦର କ୍ଲଷ୍ଟରର ସି.ଆର.ସି.ସି.ଅମିୟସିନ୍ଧୃ ମୁନି ମଧ୍ୟ ଉପସ୍ଥିତ ରହି ଥିଲେ।