
ଆସିକା,୨୮-୧୧-୨୦୨୦(ପବିତ୍ର ମୋହନ ମହାରଣା):
ଗଞ୍ଜମ ଜ଼ିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ଦେବଭୂମି ଗ୍ରାମ ରେ 35 ଲକ୍ଷ ବ୍ୟୟ ରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇ ଆଜି ଉଦଘାଟିତ କରି ଲୋକାର୍ପିତ କରାଯାଇଛି | ଉକ୍ତ ସମାରୋହ ରେ ମାନ୍ୟବର ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଲ୍ୟାଣ ମଣ୍ଡପ ଉଦଘାଟିତ ହୋଇଥିବା ବେଳେ ସରପଞ୍ଚ ବିଜୟ କୁମାର ଦଳାଇ ଙ୍କ ପୌରୋହିତ୍ୟରେ ମଣ୍ଡପ ପୂଜା କାର୍ଯ୍ୟ ସମାପିତ ହୋଇଛି |
ଉକ୍ତ ସମାରୋହ ରେ ଆସିକା ଚେୟାରମ୍ୟାନ ହରେକୃଷ୍ଣ ମଲ୍ଲିକ, ଜିଲ୍ଲା ପରିଷଦ ଜୋନ 2 ସଦସ୍ୟ ଗୌରହରି ବେହେରା, ବିଜୁ ଜନତା ଦଳ ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ୱାଇଁ, ସମିତି ସଭ୍ୟ ସନ୍ତୋଷ ନାୟକ, ବରିଷ୍ଠ ଆଇନ ଯିବି ଅନିଲ ପାଣିଗ୍ରାହୀ, ଏବଂ ଅଜିତ ଚୌଧୁରୀ ଙ୍କ ସମେତ 27 ଗୋଟି ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗଦେଇ ଥିଲେ |





