Sunday, October 18, 2026
Home ଅପରାଧ ମୁନିଗୁଡା ପୋଲିସର ଜୁଆ ଆଡା ଉପରେ ଚଢାଉ :ମହିଳାଙ୍କ ସମେତ ୧୪ଜଣ ଙ୍କୁ ଅଟକ ରଖିବା...

ମୁନିଗୁଡା ପୋଲିସର ଜୁଆ ଆଡା ଉପରେ ଚଢାଉ :ମହିଳାଙ୍କ ସମେତ ୧୪ଜଣ ଙ୍କୁ ଅଟକ ରଖିବା ସହ ୩୭.୩୫୦ଟଙ୍କା,୮ମୋବାଇଲ ଓ ଗୋଟିଏ ବାଇକ ଜବତ

181

ମୁନିଗୁଡା,୨୮-୧୧-୨୦୨୦(ପ୍ରସନ କୁମାର ପଣ୍ଡା):
ରାୟଗଡା ଜିଲ୍ଲା ମୁନିଗୁଡା ସଦର ମହକୁମା ଟିକରପଡା ଠାରେ ଆଜି ସନ୍ଧ୍ୟାରେ ଜୁଆଖେଳ ଚାଲୁଥିବା ଖବର ପାଇ ଏସ୍ ଡି ପି ଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପୋଲିସ ଟିମ୍ ସହ ଯାଇ ହଠାତ ଜୁଆଖେଳ ଉପରେ ଚଢାଉ କରି 37.350ଟଙ୍କା,8ଟି ମୋବାଇଲି ଓ ଗୋଟିଏ ବାଇକ ସିଜ୍ କରିବା ସହ 5ଜଣ ମହିଳା ସମେତ 9ଜଣ ପୁରୁଷ ଖେଳାଳୀଙ୍କୁ ଅଟକ ରଖି ଥାନାରୁ ଵେଲ ରେ ଛଡାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।ଏହି ଚଢାଉରେ ପୋଲିସ୍ ଟିମ୍ ରେ ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁ, ଏସ୍ ଆଇ ଚନ୍ଦ୍ରମା ଶଵର, ପୋଲିସ ନିରଞ୍ଜନ ଦାଶ, ଶ୍ରୀ ନରସିଂହ ଵେହେରା, ହୋମଗାର୍ଡ ସଦାଶିବ ମିଶ୍ର, କୁମାରୀ ସଙ୍ଗିତା ନୁଣ୍ଡୃକା ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ଚଢାଉରେ ସହଯୋଗ କରିଥିଲେ।

ମୁନିଗୁଡା ଥାନାରେ ଜୁଆଖେଳରେ ମହିଳା ଧରାପଡିଥିବା ଏହା ପ୍ରଥମ ଵୋଲି ସାଧାରଣରେ ଆଲୋଚନା ହେଉଛି। ଏସ୍ ଡି ପି ଓ ଏଠାରେ ଯୋଗଦାନ ଦେବା ପରଠାରୁ ନିସ୍ଵାର୍ଥପର ଭାଵେ ଯେପରି ଲୋକମାନଙ୍କ ସୁରକ୍ଷା ନିମନ୍ତେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛନ୍ତ।ମୁନିଗୁଡା ଏସ୍ଡିପିଓ ଆକାସ ସାହୁ ଓ ଥାନା ଅଧିକାରୀ ସୁଞାନୀ ସାହୁ ଙ୍କୁ ବୁଦ୍ଧି ଜୀବି ମହଲରେ ସାଧୁବାଦ ଜଣାଉ ଛନ୍ତି। ବିଷମକଟକ ରୁ ଙ୍କ ରିପୋର୍ଟ ।