Saturday, November 14, 2026
Home ଆଞ୍ଚଳିକ ନରଡ଼ା ମଣ୍ଡଳ ସ୍ତରୀୟ ବିଜେପି ପ୍ରଶିକ୍ଷଣ ଶିବିର

ନରଡ଼ା ମଣ୍ଡଳ ସ୍ତରୀୟ ବିଜେପି ପ୍ରଶିକ୍ଷଣ ଶିବିର

39

ବେଲଗୁଣ୍ଠା,୨୮-୧୧-୨୦୨୦(ଶିବରାମ ଚୌଧୁରୀ) :
ବେଲଗୁଣ୍ଠା ବ୍ଲକ, ତନରଡ଼ା ମଣ୍ଡଳ ସ୍ତରୀୟ ବିଜେପି ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ମା ବାସଙ୍ଗ ପୀଠରେ ସଭାପତି ସୁଧାଂଶୁ ଶେଖର ପଳାଇ ଙ୍କ ନେତୃତ୍ୟରେ ଆୟୋଜିତହୋଇଯାଇଛି। କାର୍ଯ୍ୟକ୍ରମ ରେ ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ଓ ନିଜର ପରିଶ୍ରମ, ବୈଚାରିକ ସ୍ୱଷ୍ଟତା ଏବଂ ସାଧୁତା ବଳରେ ସମସ୍ତଙ୍କ ହୃଦୟ ଜିଣିବା ପାଇଁ ବିଜେପି ରାଜ୍ୟକାର୍ଯ୍ୟକରିଣୀ ସଦସ୍ୟ ତଥା 2019 ସୋରଡା ବିଜେପି ପ୍ରାଥି ନୀଳମଣି ବିଷୋୟୀ ଗୁରୁତ୍ୱ ଆରୋପ କରିଥିଲେ।

କାର୍ଯ୍ୟକ୍ରମ କୁ ସଂଚାଳନ କରି ଆଗାମୀ ପଂଚାୟତ ନିର୍ବାଚନ କୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଜିଲା ବିଜେପି ସାଧାରଣ ସଂପାଦକ ରଞ୍ଜନ ରାଉତ ମତ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ବରିଷ୍ଠ ଯୁବନେତା କେ ରବୀନ୍ଦ୍ର କୁମାର ପାତ୍ର ଯୋଗଦେଇ ଜନସାଧାରଣଙ୍କ ସୁବିଧା ଅସୁବିଧାରେ ସହଭାଗିତାହୋଇ କାମ କଲେ ସଫଳତା ନିଛୟ ମିଳିବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ । ସୋରଡା ନିର୍ବାଚନ ମଣ୍ଡଳୀ ବିଜେପି ପ୍ରଭାରୀ ସନ୍ତୋଷ କୁମାର ତିଆଡି ବିଜେପି ର କାର୍ଯ୍ୟ ପଦ୍ଧତି ଓ ସଂଗଠନ ସାରାଂଚନାରେ ଆମ ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ବହୁ ବିଜେପି କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।