Friday, November 13, 2026
Home ଆଞ୍ଚଳିକ ରମ୍ଭା ଠାରେ ସମ୍ଭିଧାନ ଦିବସ ପାଳନ

ରମ୍ଭା ଠାରେ ସମ୍ଭିଧାନ ଦିବସ ପାଳନ

51

ଗଞ୍ଜାମ,୨୬-୧୧-୨୦୨୦(ପ୍ରଦୀପ କୁମାର ସାହୁ): ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ୨୬ ନଭେମ୍ବର ୧୯୪୯ ମସିହାରେ ସମ୍ଭିଧାନ ବା ଜାତୀୟ ଆଇନ ଗଠନ କରିଥିଲେ। ଏହି ସମ୍ଭିଧାନକୁ ୨ ବର୍ଷ ୧୧ ମାସ ୧୮ ଦିନ ଲାଗିଥିଲା। ଏଥିରେ ୪୪୮ ଅନୁଛେଦ ୨୫ ଭାଗ ୧୨ ଟି ସେଦୁଲୁଡ଼ରେ ଅନ୍ତର୍ଭୁକ୍ତ। ଏହି ସମ୍ଭିଧାନ ଗଠନ କରିବା ପାଇଁ ୪୪ ଟି ଦେଶର ଆଇନକୁ ପାଠ କରି ଏକ ଉନ୍ନତ ମାନର ଆଇନ ଗଢ଼ି ଥିଲେ। ଏହି ସମ୍ବିଧାନ ବିଶ୍ୱ ବାସୀର ପ୍ରିୟ ଭାଜନ ହୋଇଥିଲେ ଯାହା ସମ୍ପୂର୍ଣ ପ୍ରଭୁତା ସମ୍ପନ୍ନ ସମାଜ ବାଦୀ, ଧର୍ମ ନିରପେକ୍ଷ, ଲୋକତନ୍ତ୍ରାତ୍ମକ, ନ୍ୟାୟ ସ୍ୱାଧୀନତା, ସମାନତା ଭାତୃତ୍ୱ ସମ୍ଭିଧାନ ଏତ ଦ୍ୱାରା ଅଞ୍ଜିକୃତ ଅଧିନିୟମ ଅଟେ। ସମସ୍ତ ଗରିବ, ଦଳିତ ପଛୁଆ, ଶ୍ରମିକ ମାନଂକୁ ସମସ୍ତ ପ୍ରକାର ସୁବିଧା ଏହି ସମ୍ବିଧାନ ବା ଜାତୀୟ ଆଇନ ଦିବସ ରୂପେ ପରିଗଣିତ। ସ୍ଥାନୀୟ ଅଞ୍ଚଳର ଦଳିତ ନେତା ଭୀମସେନ ବେହେରା ବିଭିନ୍ନ ଅଞ୍ଚଳରେ ଏହିଭଳି ବକ୍ତ୍ୟବ୍ୟ ପ୍ରଦାନ କରିବା ସହ ବାବା ସାହେବ ଆମ୍ବେଦକର ଙ୍କ ଜୟନ୍ତୀ ପାଳନ କରିଥିଲେ। ଅନ୍ୟମାନଂକ ମଧ୍ୟରେ ଜଗତ ଚନ୍ଦ୍ର ବେହେରା ଯୋଗଗୁରୁ ରବୀନ୍ଦ୍ର ବେହେରା ମଧ୍ୟ ଆଇନ ସମ୍ବନ୍ଧରେ ।କହିଥିଲେ, ଦଳିତ ବସ୍ତି, ଅନ୍ୟାନ୍ୟ ସଙ୍ଗଠନକୁ ଏକାଠି କରି ଆଜିର ଦିନରେ ସମ୍ବିଧାନ ଦିବସ ପାଳନ କରିଥିଲେ. ଅନ୍ୟ ମାନଙ୍କ ମଧରେ ବାସନ୍ତୀ ନାୟକ, ଗୀତା ନାୟକ, କାଳିଆ ନାୟକ, ସମସ୍ତେ ଦଳିତ ସମୂହ ଅନ୍ୟାନ୍ୟ ସଚେତନ ନାଗରିକ ଉପସ୍ଥିତ ଥିଲେ।