
ବିଷମକଟକ,୨୭-୧୧-୨୦୨୦(ପ୍ରସନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ହାଟମୁନିଗୁଡା ଗ୍ରାମ ପଚାୟତ ର ନିୟନ୍ତ୍ରଣ ବଜାର କମିଟି ଠାରେ ଆଜି ଆର ଏମ୍ ସି ଓ ବିଷମକଟକ ସମବାୟ ସମିତି ପକ୍ଷରୁ ମିଳିତ ଭାବେ ଧାନ ମଣ୍ଡି ଉଦଘାଟିତ ହୋଇଛି।ଏହି ଉଦଘାଟନ ଟିକୁ ବିଷମକଟକ ତହସିଲଦାର ଶ୍ରୀ ସବେନ୍ଧୁ ଜେନା ଉଦଘାଟନ କରିଥିଲେ। ଏବଂ ବିଷମକଟକ ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ ସାନ୍ତୁନୁ ସାହୁ ଏବଂ ସମବାୟ ଓ ନିୟନ୍ତ୍ରଣ ବଜାର କମିଟି ର ସମସ୍ତ ଷ୍ଟାପ୍ ପରିଚାଳନା କରିଥିଲେ।
ଏହି ଉଦଘାଟନ ରେ ହାଟମୁନିଗୁଡା ସରପଞ୍ଚ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ହାଟମୁନିଗୁଡା ସମିତି ସଭ୍ୟ ରମେଶ ପାକି ଓ ହାଟମୁନିଗୁଡା ର ସମସ୍ତ ମିଲରସ୍ ଏବଂ ସମସ୍ତ ଚାଷୀ ଉପସ୍ଥିତ ଥିଲେ।







