Home ଖେଳ ଡିଏଗୋ ମାରାଡୋନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଡିଏଗୋ ମାରାଡୋନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

39
The Hindu

ନୂଆଦିଲ୍ଲୀ,୨୭-୧୧-୨୦୨୦(ଜ଼ିଲ୍ଲାଖବର):
ପ୍ରଖ୍ୟାତ୍‌ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ଡିଏଗୋ ମାରାଡୋନା ଫୁଟବଲର ଜଣେ ମହାନ୍‌ ଖେଳାଳି ଥିଲେ । ବିଶ୍ୱବ୍ୟାପୀ ତାଙ୍କୁ ଲୋକପ୍ରିୟତା ମିଳିଥିଲା । ତାଙ୍କ ଖେଳ ଜୀବନ ମଧ୍ୟରେ ଫୁଟବଲ ପଡିଆରେ ସେ କେତେକ ଶ୍ରେଷ୍ଠ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଯାଇଛନ୍ତି । ତାଙ୍କର ଅକାଳ ବିୟୋଗ ଆମ ସମସ୍ତଙ୍କୁ ଦୁଃଖାଭିଭୂତ କରିଛି । ତାଙ୍କ ଆତ୍ମା ଶାନ୍ତିଲାଭ କରୁ ।’