
କୁକୁଡ଼ାଖଣ୍ଡୀ, (ଇ.ରଞ୍ଜନ) : ଜଗଦ଼ଳପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଛେଳି ଚୋରି କରିନେଇଥିବା ଅଭିଯୋଗ ହୋଇଛି l ଘଟଣାରୁ ଖବରଅନୁସାରେ ମାଂସ ବେପାର ପାଇଁ ଛେଳି ରଖିଥିବା ଜଗଦଳପୁର ଗ୍ରାମର ନେତାଜୀ ନଗରର ସୁନିଲ ଘଡେଇ ନିଜ ଘରପାଖରେ ବିକ୍ରି କରିବା ପାଇଁ ୬ ଟି ଛେଳି ରଖିଥିଲେ l
କିନ୍ତୁ କିଛି ଦୁର୍ବୁତ୍ତ ଉକ୍ତ ୬ଟି ଛେଳିକୁ ବିଳମ୍ବିତ ରାତିରେ ଚୋରିକରି ନେଇଯାଇଥିଲେ l ସୁନିଲ ଶନିବାର ସକାଳୁ ଏହି ଘଟଣା ବିଷୟରେ ଜାଣିବା ପରେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ କିନ୍ତୁ ଛେଳିଙ୍କୁ ଖୋଜି ପାଇପାରିନଥିଲେ l ଏହି ଘଟଣାକୁ ନେଇ ନିମଖଣ୍ଡି ଫାଣ୍ଡିରେ ଅଭିଯୋଗ କରିଥିବା ସୂଚନା ମିଳିଛି l
ଏହା ପୂର୍ବରୁ କିଛି ଛେଳି ଚାଷୀଙ୍କ ମଧ୍ୟ ଗ୍ରାମରେ ଛେଳି ହଜିବା ଥାନା ଅଭଯୋଗ ହଇଥିବା ଶୁଣିବାକୁ ମିଳିଛି l ଏଭଳି ବର୍ଷ ତମାମ ଛେଳି ହଜିବା ଚୋର ମାନଙ୍କ ଅବ୍ୟାସ ପରିଣତ ଥିବା ବେଳେ ଏଥି ନିମନ୍ତେ ଚାଷୀ ଚିନ୍ତା ପ୍ରକଟ କରୁଛି l
ନିମଖଣ୍ଡି ଫାଣ୍ଡି ଅଧିକାରୀ କହିବା ଆନୁଯାଇ ଏକ ଇଣ୍ଡିଗୋ କାର ଓ ଏକ ସ୍କୁଟି ସମୟରେ ଉକ୍ତ ମାର୍ଗ ଦେଇ ଯାଇଥିବା କିଛିବ୍ୟକ୍ତିଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି ପରେ ତାହା ସ୍ୱଷ୍ଟ ବlଭେ ତଦନ୍ତ ପରେ ଆସାମୀକୁ ଗିରଫ କରାଯିବ ବୋଲି ନିମଖଣ୍ଡି ଫାଣ୍ଡି ଅଧିକାରୀ ପ୍ରଫୁଲ ଶତପଥୀ କହିଛନ୍ତି l



