
ଖୋର୍ଦ୍ଧା, ୨୭-୧୧-୨୦୨୦(ସଞ୍ଜୀବ କୁମାର) :
ସମଗ୍ର ଦେଶର କେନ୍ଦ୍ରୀୟ ଟ୍ରେଡ ୟୁନିୟନ ସମୂହ ଓ ସାଧୀନ ଫେଡେରେସନ ମାନେ ଆଗାମୀ ନଭେମ୍ବର ୨୬ ତାରିଖ ଦିନ ଦେଶବ୍ୟାପୀ ହରତାଳ ପାଳନ କରିବାକୁ ମିଳିତ ଭାବେ ସମସ୍ତ ଶ୍ରମିକ ଶ୍ରେଣୀକୁ ଆହାନ ଜଣାଇଛନ୍ତି । ବିଜେପି ପରିଶ୍ଚଳିତ କେନ୍ଦ୍ରର ମୋଦୀ ସରକାର ଓ ବିଜେପି ରାଜ୍ୟ ସରକାରମାନେ ଭାରତର ଗଣତାୟିକ ବ୍ୟବସ୍ଥା ଓ ସମିଧାନ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି ।
ଦେଶର କୋଟିକୋଟି ଶ୍ରମିକଙ୍କ ଆନ୍ଦୋଳନ ମାଧ୍ୟମରେ ଅର୍ଜିତ ଆଇନଗତ ଅଧିକାରକୁ ଲୋପକରି କ୍ରିଦାସରେ ପରିଣତ କରିବାକୁ ଉଦ୍ୟମ ହେଉଛି । ୨୯ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମକୋରେ ପରିଣତ କରିବା ଯୋଗୁ ଦେଶର ୯୦ ଶତାଶ ଶ୍ରମିକ ଆଇନଗତ ସୁରକ୍ଷା ଓ ଅଧିକାରରୁ ବଞ୍ଚିତ ହେବେ । ଦେଶୀ ବିଦେଶୀ ପୁଞ୍ଜିପତିକ ମୁନାଫା ବଢାଇବା ସହିତ ଶ୍ରମିକ ମାନଙ୍କ ଅଧିକାରକୁ ଲୋପ କରିବା ହେଉଛି ଏହି ଲେବରକୋର ଲକ୍ଷ୍ୟ ।
ଦେଶବାସୀଙ୍କ ଟିକସ ଅର୍ଥରେ ଗଢି ଉଠିଥିବା ସମସ୍ତ ରାଷ୍ଟ୍ରୀୟ ଉଦ୍ୟୋଗ, ବ୍ୟାଙ୍କ, ବୀମା, ରେଳବାଇ, ପ୍ରତିରକ୍ଷା ଉତ୍ପାଦନ, କୋଇଲା ଖଣି, ବିଦ୍ୟୁତ, ତୈଳ, ପୋତାଶ୍ରୟ ଆଦିକୁ ଘରୋଇ ଶିଳ୍ପପତି ମାନଙ୍କୁ ବିକ୍ରି କରାଋଲିଛି । ବିଗତ ୬୦ ବର୍ଷ ଧରି ଗଢ଼ି ଉଠିଥିବା ରାଷ୍ଟ୍ରୀୟ ଅର୍ଥନୀତିକୁ ମାତ୍ର ଛଅ ବର୍ଷରେ ଲୋପ କରିଦେଇଛି ବିଜେପି ସରକାର । ଯୋଜନା କମିଶନକୁ ଭାଙ୍ଗି ନୀତି ଆୟୋଗ ଗଠନ କରି ରାଷ୍ଟ୍ରୀୟ ଉଦ୍ୟୋଗର ବିଲୋପ ପାଇଁ ଜଘନ୍ୟ ପରିକଳ୍ପନା କରିଛି ମୋଦୀ ସରକାର ।
ଦେଶର କୃଷକ ସଂପ୍ରଦାୟ ଉପରେ ଭୟାବହ ଆକ୍ରମଣ ଆରମ୍ଭ ହୋଇଛି । ଋଷୀ ଫସଲର ଦରକୁ ସରକାରୀ ଭାବରେ ସ୍ଥିର କରାନଯାଇ, ବଡ ବଡ ବ୍ୟବସାୟୀଙ୍କ ହାତରେ ଅର୍ପଣ କରିଦେଇଛି କେନ୍ଦ୍ର ସରକାର । କୃଷି ପ୍ରସଙ୍ଗଟି ସଂପୂର୍ଣ୍ଣ କେନ୍ଦ୍ର ସରକାରଙ୍କ କ୍ଷମତାସୀନ ନହେବା ସନ୍ତେ କେନ୍ଦ୍ର ସରକାର ପକ୍ଷରୁ କୃଷି ଆଇନ ପ୍ରଣୟନ ବେଳେ ରାଜ୍ୟ ସରକାର ମାନଙ୍କ ସହ ପରାମର୍ଶ କରାଯାଇ ନାହିଁ । କଣ୍ଟ୍ରାକ୍ଟ ଫାର୍ମି ବ୍ୟବସ୍ଥା ପ୍ରଚଳନ କରି ଋଷୀଙ୍କ ଜମିକୁ ଫାର୍ମ ମାଲିକ ମାନଙ୍କୁ ହସ୍ତାନ୍ତର ପାଇଁ ଚକ୍ରାନ୍ତ |









