Saturday, November 14, 2026
Home ଆଞ୍ଚଳିକ ଅନିତା ପ୍ରଧାନ ଇଛା ମୃତ୍ୟୁ ଆବେଦନ

ଅନିତା ପ୍ରଧାନ ଇଛା ମୃତ୍ୟୁ ଆବେଦନ

217

ବୁଗୁଡା, ୨୭-୧୧-୨୦୨୦(ଜ଼ିଲ୍ଲା ଖବର):
ଗଂଜାମ ଜିଲ୍ଲା ବୁଗୁଡା ବ୍ଳକ ରାମଗଡ ଗାଁ ର ଅନିତା ପ୍ରଧାନ । ଗଲା ତିନି ବର୍ଷ ହେବ ପାକସ୍ଥଳି ଓ ଖାଦ୍ୟ ନଳି ରେ ସମସ୍ୟା ଦେଖା ଦେଇଥିଲା । ବହୁ ଧାର କରଜ କରି ସେ ଭୂବନେଶ୍ବର ର ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥଲେ । ତେବେ ଅର୍ଥ ଅଭାବ ହେତୁ ଚିକିତ୍ସା ହୋଇନପାରି ନିଜ ଗାଁ କୁ ଫେରିଥିଲେ । ସରକାରୀ ସହାୟତା ପାଇଁ ସମସ୍ତ କୁଂ ଅନୁରୋଧ କରିଥିଲେ ମଧ୍ୟ କୌଣସି ସଫଳ ହେଲା ନାହିଁ । ବାଧ୍ୟ ହୋଇ ସେ ଏବେ ଇଛା ମୃତ୍ୟୁ ପାଇଁ ଜିଲ୍ଲାପାଳ କଂ ପାଖରେ କରିଛନ୍ତି ନିବେଦନ ।

ଯାହାକି ଏବେ ସାରା ଜିଲ୍ଲା ରେ ଚର୍ଚ୍ଚାର ବିଷୟ ହୋଇଛି । ଏପଟେ ଏହି ସମ୍ବେଦନଶୀଳ ଘଟଣା କୁ ନେଇ ଆମେ ବୁଗୁଡା ବ୍ଳକ ଓ ରାଜସ୍ୱ ପ୍ରଶାସନ କୁ ଯୋଗାଯୋଗ କରିଥିଲୁ । କିନ୍ତୁ ଘଟଣା ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । ଯେଉଁ ମାନେ ଅନିତା ମା ଙ୍କୁ ସହୟତା କରିବା ପାଇଁ ଇଛା ପ୍ରକାଶ କରନ୍ତି ମୋବାଇଲ ନଂ AC-31771738891- IFC-SBIN0005571- MOB-8018132289 ଯୋଗାଯୋଗ କରିପାରିବେ ।