
କୁକୁଡାଖଣ୍ଡି,୨୭-୧୧-୨୦୨୦(ପବିତ୍ର ମୋହନ ମହାରଣା) :
ସମଗ୍ର ଦେଶର ଶ୍ରମିକ ଶ୍ରେଣୀ ଏବଂ ଓଡିଶା ନିର୍ମାଣ ଶ୍ରମିକ ସଂଗଠନ ନଭେମ୍ବର 26 ରେ ଦେଶବ୍ୟାପୀ ହରତାଳ ପାଳନ ପାଇଁ ଆହ୍ୱାନ ଦେଇଥିବା ବେଳେ ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ଠାରେ ଦେଖାଯାଇଛି |
ଉକ୍ତ ହରତାଳ ରେ ଅଖିଳ ଭାରତୀୟ କ୍ରାନ୍ତିକାରୀ କୃଷକ ସଭା, ଓଡିଶା ନିର୍ମାଣ ଶ୍ରମିକ ସଂଗଠନ, ଟ୍ରେଡ଼ ୟୁନିଅନ of ଇଣ୍ଡିଆ, ମନରେଗା ଶ୍ରମିକ ସଂଘ ଉକ୍ତ ହରତାଳ ମାଧ୍ୟମରେ କେନ୍ଦ୍ର ସରକାର ଙ୍କ ଶ୍ରମିକ ଓ କୃଷକ ବିରୋଧୀ ଆଇନ କୁ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନ ରେ ଆନ୍ଦୋଳନ କୁ ତୀବ୍ର ରୁ ତୀବ୍ର ତର କରିବା ପାଇଁ ସଂଗଠନ ମତ ରଖିଛି ଏବଂ ଦିନ ତମାମ ରାସ୍ତାରେ ରାଲି କରିବା ସହ ଶ୍ରମିକ ମାନେ ରାସ୍ତା ରୋକ କରି ଧାରଣା ରେ ବସିଛନ୍ତି |









