ହଙ୍ଗର୍ସ ଫୁଡ଼ ତରଫରୁ ନିଆରା ପ୍ରୟାସ

191


ଆସିକା, (ଖିରୋଦ ଚନ୍ଦ୍ର ବେହେରା) : ଭୋକିଲା ଲୋକଙ୍କ ଖାଦ୍ୟ ,ଗରିବ ମୁଁ ହରୁ ହସ ଫୁଟାଇବା ଏକ ନିଆରା ପ୍ରୟାସ କରିଛନ୍ତି ଜିଲୁ ମାହାନ୍ତି ।ଗଞ୍ଜାମ ଜିଲ୍ଲା ଆସିକା ମୁକନ୍ଦପୁର ଗ୍ରାମର , ସେ ଅନେକ ଦିନରୁ ସପ୍ନ ଦେଖି ଥିବା ଗରିବ ଅନାଥ ପିଲାଙ୍କୁ ଖାଦ୍ୟ ଓ ବସ୍ତ୍ର ଦେବା ପାଇଁ ମନସ୍ଥ କରିଥିଲେ ।

ଆଜି ସେହି ସପ୍ନ ସାକାର କରିଛନ୍ତି ଜିଲୁ ମାହାନ୍ତି । ସେ ହଙ୍ଗର୍ସ ଫୁଡ଼ ନାମକ ଏକ ମାରୁତି ଭେନ ଓ ଯୋଗାଯୋଗ ନମ୍ବର ଦେଇଛନ୍ତି । ଆଜି ଧରାକୋଟ ନିକଟସ୍ଥ ବାଲ୍ମିକେଶ୍ଵର ଅନାଥ ଆଶ୍ରମରେ ନୂତନ ବସ୍ତ୍ରର ଓ ଭୋଜିଭାତ ଆୟୋଜନ କରିଛନ୍ତି ସମାଜ ସେବୀ ଜିଲୁ ମହାନ୍ତି ।ହଙ୍ଗର ଫୁଡ଼ ତରଫରୁ ୫୦ କିଲୋମିଟର ମଧ୍ୟରେ ଯଦି କେହି ଅନୁଷ୍ଠାନ ତଥା ଦାତା ଦାନ ଦେଇ ପାରିବେ । ଏହି ପ୍ରୟାସ କୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି।

ଏହି ମହତ ଉଦେଶ୍ୟକୁ ସଫଳ କରିବା ପାଇଁ କବିସୂର୍ଯ୍ୟନଗର ନିବାସୀ ସମାଜସେବୀ ଓ ପ୍ରକୃତୀ ବନ୍ଧୁ ପୁରଷ୍କାର ପାପ୍ତ ଏ.ବ୍ରହ୍ମାନନ୍ଦ ଆଚାରୀ,କ୍ଷୀରୋଦ ବେହେରା, ସୁଷାନ୍ତ କୁମାର ପ୍ରଧାନ, କାଳିଆ ସାମଲ, ଦୀଲିପ କୁମାର ଜେନା, ରାଜସିଅ ସହଯୋଗ କରିଛନ୍ତି ।

ଯୋଗାଯୋଗ ଠିକଣା ଓ ଫୋନ ନମ୍ଵର ୯୭୭୮୨୬୨୮୨୨, ୯୪୩୯୦୦୦915, ୬୩721୦୭୧୩୯