Saturday, November 14, 2026
Home ଆଞ୍ଚଳିକ ଶାଳିଆଡ୍ୟାମ ଠାରେ ପାଣିପଞ୍ଚାୟତର ବୈଠକ

ଶାଳିଆଡ୍ୟାମ ଠାରେ ପାଣିପଞ୍ଚାୟତର ବୈଠକ

31

ବେଗୁନିଆପଡା, ୨୬-୧୧-୨୦୨୦(ଦେବାଶିଷ ମହାରଣା):
ଶାଳିଆଡ୍ୟାମ ଠାରେ ବେଗୁନିଆପଡା ଓ ଖୋର୍ଦ୍ଧା ର କୃଷି ସମ୍ବଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ବେହେରା ଙ୍କ ସମେତ ଡେପୁଟି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପବନା କୁମାର ରାମ ଉପସ୍ଥିତ ରହି ରବି ଫସଲ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ବେଗୁନିଆପଡା ବ୍ଲକ ର ପାଣିପଞ୍ଚାୟତର ସଭାପତି, ସମ୍ପାଦକ ଓ କୋଷାଧକ୍ଷ ମାନଙ୍କ ସହ ଆଲୋଚନା କରିଥିଲେ | ଏହି ବୈଠକରେ ବ୍ଲକର ୨୨ଟି ପାଣି ପଞ୍ଚାୟତ ର ସମସ୍ତ ସଭାପତି, ସମ୍ପାଦକ ଓ କୋଷାଧକ୍ଷ ଉପସ୍ଥିତ ଥିଲେ |