Wednesday, October 14, 2026
Home ଜିଲ୍ଲା କନ୍ଧମାଳ ହଜିଯାଇଛି ଜୀବନ କିନ୍ତୁ ବଞ୍ଚିବା ବା ପାଇଁ ଖୋଜୁଛି ରାହା

ହଜିଯାଇଛି ଜୀବନ କିନ୍ତୁ ବଞ୍ଚିବା ବା ପାଇଁ ଖୋଜୁଛି ରାହା

109
Image: SKSA

ବାଲିଗୁଡା,୨୬-୧୧-୨୦୨୦(ସ୍ୱତନ୍ତ୍ର ବ୍ୟୁରୋ) : ବର୍ତ୍ତମାନର ସରକାର ରାଜ୍ୟକୁ ଶାସନ କରିବାର ପ୍ରାୟ ୨୨ ବର୍ଷ ବିତିଲାଣି। ତଥାପି ଆଜି ମଧ୍ୟ ଅନେକ ବିନା ଘରରେ ଜୀବନ ବିତାଉଛନ୍ତି। ଗତ ୧୭ ବର୍ଷ ହେଲା ଏକ ଭଙ୍ଗାକୁଡ଼ିଆରେ ଜୀବନ ବିତାଉଛନ୍ତି ଜଣେ ଅଧାପୋଡ଼ା ମଣିଷ। ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଳକର ତଲାରିମାହା ପଞ୍ଚାୟତର ପ୍ରଧାନପଡ଼ା ଗ୍ରାମରେ, ଗ୍ରାମର ତପନ କହଁର (୫୩)ଙ୍କର ଗତ ୨୦୦୩ ମସିହାରେ କୌଣସି ପ୍ରକାର ନିଆଁରେ ସେ ପୋଡ଼ି ହୋଇଯାଇଥିଲେ। ଏହି ନିଆଁରେ ପୋଡ଼ିହେବା ଫଳରେ ତାଙ୍କର ଗୋଡ଼ ସହିତ ହାତ ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଛି।

ଅର୍ଥର ଅଭାବ ଯୋଗୁଁ ଅଧିକ ଚିକିତ୍ସା କରିପାରୁନାହାନ୍ତି ତପନଙ୍କ ପରିବାର। ଫଳରେ ଦିନକୁ ଦିନ ଅନ୍ୟ ରୋଗ ସଂକ୍ରମିତ ହୋଇ ବର୍ତ୍ତମାନ ପୋଡ଼ିଯାଇଥିବା ଅଂଶ ନଷ୍ଟହେବାକୁ ବସିଲାଣି। ପରିବାର କହିଲେ ,ସ୍ତ୍ରୀ ଓ ପୁଅ-ବୋହୁ ମଧ୍ୟ ଅଛନ୍ତି। ତେବେ ଶରୀର ଜଳିପୋଡ଼ି ଯାଇଥିବା ଓ ତାହା ଦିନକୁ ଦିନ ଅଜଣା ରୋଗରେ ଆକାନ୍ତ ଯୋଗୁଁ ଗତ ୧୭ ବର୍ଷ ହେଲା ସେ ଭିନ୍ନଏକ କୁଡ଼ିଆରେ ଜୀବନ ବିତାଉଛନ୍ତି। ପଡ଼ୋଶୀରେ ପରିବାର ଲୋକେ ରହୁଥିଲେ ମଧ୍ୟ ସେମାନଙ୍କର ଆଥିର୍କ ସ୍ଥିତି ସେତେ ସ୍ୱଚ୍ଛଳ ନୁହେଁ।

ବର୍ତ୍ତମାନ ତପନ ଚଲାବୁଲା କରିବା ମଧ୍ୟ ସମ୍ଭବ ହେଉନାହିଁ ବୋଲି ପ୍ରକାଶ କରିଛନ୍ତି। ପୂର୍ବରୁ ସେ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେହିଭଳି କିଛି ସୁବିଧା ପାଇ ନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ପରିବାର ମଧ୍ୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିଛନ୍ତି ସହଯୋଗ ପାଇଁ କିମ୍ବା କିଛି ସଫଳ ହୋଇ ନାହିଁ ବୋଲି ପ୍ରକାଶ କରିଛନ୍ତି ତପନଙ୍କ ସ୍ତ୍ରୀ। ଆଜି ପର୍ଯ୍ୟନ୍ତ ଏହି ଅସହାୟ ପରିବାରକୁ ମିଳିନାହିଁ ସରକାରୀ ସ୍ତରରେ କୌଣସି ପ୍ରକାର ସାହାର୍ଯ୍ୟ ଓ ସହଯୋଗ। ଜୀବନ ଓ ମରଣ ସହିତ ସଂଗ୍ରାମ କରୁଛନ୍ତି ।

ତପନ। ବୟସ ହୋଇନଥିବାରୁ ଭତ୍ତା ମିଳୁନଥିବା ବେଳେ ସେ ସଂପୂର୍ଣ୍ଣଭାବେ ଅର୍କମଣ୍ୟ ବୋଲି ଜଣାପଡ଼ଥିଲେ ମଧ୍ୟ କେହି ଦିନେ ମଧ୍ୟ ଆହାପଦେ କହିନାହାନ୍ତି। ଏଭଳି ସ୍ଥଳେ ଏହି ଅସହାୟ ତପନଙ୍କୁ ତୁରନ୍ତ ସମସ୍ତ ପ୍ରକାର ଚିକିତ୍ସା ସେବା ମାଗଣାରେଯୋଗାଇ ଦେବା ସହିତ ଏହି ପରିବାରକୁ ଘରଖଣ୍ଡେ ଓ ଭତ୍ତା ପ୍ରଦାନ ସହିତ ବିିଭିନ୍ନ ସାମାଜିକ ଯୋଜନାରେ ସାମିଲ୍‍ କରିବା ପାଇଁ ଗଟାମାହା ଗ୍ରାମର ଯୁବ ସମାଜସେବୀ ରାଜେଶ କୁମାର ବଗର୍ତ୍ତି କନ୍ଧମାଳ ଜିଲା ପ୍ରଶାସନ ଓ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି।