Tuesday, October 13, 2026
Home ଜିଲ୍ଲା କନ୍ଧମାଳ ବାଲିଗୁଡା ବ୍ଲକ ଅଫିସ ଠାରେ ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପାଇଲା ପରେ ହଟିଲା ଅନଶନ

ବାଲିଗୁଡା ବ୍ଲକ ଅଫିସ ଠାରେ ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପାଇଲା ପରେ ହଟିଲା ଅନଶନ

140

ବାଲିଗୁଡା, ୨୬-୧୧-୨୦୨୦(ସୁକାନ୍ତ କୁମାର ତ୍ରିପାଠୀ) :
କନ୍ଧମାଳ ଜିଲ୍ଲାର ବାଲିଗୁଡାଠାରେ ଦୀର୍ଘ ୨୩ ଦିନ ଧରି ଲାଗି ରହିଥିବା ବିବାଦ ପରେ ହଟିଲା ଅନଶନ | ବାଲିଗୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ନରେଶ ଚନ୍ଦ୍ର ଶବରଙ୍କୁ ବିଦାୟ କରିବା ପାଇଁ ଆଜି ଜନସାଧାରଣ ଓ ଲୋକ ପ୍ରତିନିଧି କାର୍ଯ୍ୟାଳୟରେ ତାଲା ପକାଇଥିଲେ | ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର, ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଘଟଣା ସ୍ଥଳରେ ପହଞ୍ଚି ଅଧ୍ୟକ୍ଷଙ୍କ ସହିତ ବୁଝାମଣା ପରେ ଅନଶନ ହଟିଥିଲା | ଉପଜିଲ୍ଲାପାଳ ୭ ଦିନ ଭିତରେ ନୂତନ ଗୋଷ୍ଠି ଉନ୍ନୟନ ଅଧିକାରୀ କାର୍ଯ୍ୟରେ ଯୋଗଦେବା ପାଇଁ ପ୍ରତିଶୁତି ଦେଇଥିଲେ |