
ବ୍ରହ୍ମପୁର, ୨୬-୧୧-୨୦୨୦(ବ୍ୟୁରୋ):
ବ୍ରହ୍ମପୁରର ସହରର ବିଭିନ୍ନ ସ୍ଥାନରେ ଲୁଟରେ ସଂପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରାଯିବା ସହ ୫୪୦ ଗ୍ରାମର ସୁନା ଜବତ ହୋଇଥିବା ବ୍ରହ୍ମପୁର ଏସ୍ ପି ପିନାକ ମିଶ୍ର ଙ୍କ ଆଜି ର ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। । ଚୋରୀ ଗ୍ୟାଙ୍ଗ ର ମୂଖ୍ଯ ସନ୍ତୋଷ ସାହୁ ଓ ଦିପକ ମହାପାତ୍ର ଙ୍କ ସମେତ ୫ ଜଣଙ୍କୁ ଗିରଫ ଦୁଇ ଲୁଟେରାଙ୍କ ସହ ସେମାନଙ୍କଠାରୁ ଚୋରି ସୁନା କିଣୁଥିବା ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ଠାରୁ ମୋଟ ୫୪୦ ଗ୍ରାମର ସୁନା, ୧୦୦ ଗ୍ରାମ ରୁପା, ୧୪ଶହ ୟୁରୋ, ୩୦ ହଜାର ଟଙ୍କା, ଦାମୀ କାର ଓ ଦାମୀ ବାଇକ୍ ଜବତ ହୋଇଛି ।
ଏହି ଲୁଟେରାମାନେ ବିଗତ ୨ ବର୍ଷ ଧରି ସକ୍ରିୟ ଥିଲେ । ସେମାନେ ସକାଳ ବେଳା ବିଭିନ୍ନ ଘର ନିକଟରେ ବୁଲୁଥିଲେ ଏବଂ ସନ୍ଧ୍ୟା ପରେ ଲୁଟ୍ କରୁଥିଲେ । କିପରି ଲୁଟ୍ କରାଯିବ ଏବଂ ଲୁଟ ସୁନା କିପରି ତରଳା ଯିବ ତାହା ସେମାନେ ୟୁଟୁ୍ୟବରୁ ଶିଖୁଥିଲେ । ଏ ପର୍ଯ୍ୟନ୍ତ ପ୍ରାୟ ୨୧ ଲକ୍ଷ ଟଙ୍କା ସେମାନେ ଏହି ଉପାୟରେ ହଡ଼ପ କରିଛନ୍ତି । ସୁନା କେଉଁଠାରୁ କ୍ରୟ କରାଯାଇଛି ତାହାର ପ୍ରମାଣ ନ ଦେଖି ଚୋରି ସୁନା ରଖି ଋଣ ଦେଉଥିବାରୁ ମାନାପୁମର ଗୋଲ୍ଡ ସଂସ୍ଥାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଏସପି କହିଛନ୍ତି ।






