
ନୂଆଦିଲ୍ଲୀ,୨୬-୧୧-୨୦୨୦(ଲକ୍ଷ୍ମୀନାରାୟଣ ବେବର୍ତ୍ତl):
ଠାକୁର ଙ୍କ ଆଶୀର୍ବାଦ ଓ ଈଶ୍ୱର ଙ୍କ ଦ୍ୱାରା ପ୍ରେରିତ ଫଳ ଏବଂ ପୂର୍ଵ ଜନ୍ମ ର ତପସ୍ୟା ଓ ସୁକର୍ମ ବଳ ରେ ପ୍ରାଣୀ ଙ୍କୁ ଏହି ଜନ୍ମରେ ମନୁଷ୍ୟ ଭଳି ଦୁର୍ଲଭ ଜନ୍ମ ପ୍ରାପ୍ତ ହୋଇଥlଏ | ତେବେ ପୃଥିବୀ ପୃଷ୍ଠ ରେ ଥିବା ଏହି ବିଶାଳ ରଙ୍ଗମଞ୍ଚ କୁ ଅନେକ ଆସନ୍ତି ଓ ଅନେକ ଯାଅlନ୍ତି ନିଜ ନିଜ ଅଭିନୟ ସାରି | କିନ୍ତୁ ସେହି ଯିବା ଆସିବା ର ଉଭୟ ସମୟ ମଧ୍ୟରେ ପରସ୍ପର ମଧ୍ୟରେ କିଛି ଲୋକ ଙ୍କ ମଧ୍ୟରେ ଗଢି ଉଠିଥିlଏ ଅନାବିଳ ସ୍ନେହ,ସମ୍ପର୍କ ର ଡୋରି |
ପୂର୍ଵ ଜନ୍ମ ର କର୍ମ ସୂତ୍ର ରୁ ହିଁ ଜଣକୁ ଅନ୍ୟ ଜଣକ ସହ ଏହି ଜନ୍ମ ରେ ସମ୍ପର୍କ ର ଯୋଗାଯୋଗ ଘଟିଥlଏ | ପୂର୍ଵ ଜନ୍ମ ର ସମ୍ପର୍କ ଯୋଗୁ ହିଁ ପରବର୍ତ୍ତୀ ଜନ୍ମ ରେ ଜଣେ ଅନ୍ୟ ଜଣ ଙ୍କ ସହ ଭାବ ର ସମ୍ପର୍କ ଗଢି ଉଠି ଥlଏ.ତେଣୁ ପାଇଥିବା ଏହି ସମ୍ପର୍କ କୁ ଜୀବିତ ଥିବା ଯାଏ ଉଭୟ ପରସ୍ପର ମଧ୍ୟରେ ଉତ୍ତମ ବୁଝାବଣା ସହ ଆଗେଇ ନେବା ଉଚିତ |





