
ବାଲିଗୁଡା,୨୬-୧୧-୨୦୨୦(ସୁକାନ୍ତ କୁମାର ତ୍ରିପାଠୀ):
ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି ଏହାର ପ୍ରଭାବ କନ୍ଧମାଳ ଜିଲ୍ଲା ରେ ମଧ୍ୟ୍ୟ ଦେଖିବାକୁ ମିଳିଛି । ସକାଳ ୬ଟାରୁ କାଲି ସକାଳ ୬ଟା ଯାଏଁ ଭାରତ ବନ୍ଦ ଡାକରା । କେନ୍ଦ୍ରର ଶ୍ରମ ଆଇନ ଏବଂ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି ୧୦ଟି ଟ୍ରେଡ ୟୁନିୟନ ଆଜି ୨୬ ନଭେମ୍ବର ୨୦୨୦ ଦେଶବ୍ୟାପୀ ସାଧାରଣ ଧର୍ମଘଟ ସଫଳ କରିବା ପାଇଁ କ୍ରାନ୍ତିକାରୀ କୃଷକ ସଭା(A.I.K.K.S), ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ, ଆଦିବାସୀ ଭାରତ ମହାସଭା ପପକ୍ଷରୁ ଦିନିକିଆ ସାଧାରଣ ଧର୍ମଘଟ ଡାକରା ଦେଇଛି |
ନୂଆ ଶ୍ରମ ଆଇନ କୁ ଵିରୋଦ୍ଧ କରି ଦେଶବ୍ୟାପୀ ସାଧାରଣ ଧର୍ମଘଟ ହୋଇଛି | ଏହାର ପ୍ରଭାବ ବାଲିଗୁଡା ରେ ମଧ୍ୟ ଦେଖିବାକୁ ମିଳିଛି | ଅନୁରୂପ ଭାବେ ବାଲିଗୁଡା ରେ ମଧ୍ୟ ବସ ଚଳାଚଳ ସମ୍ପୂର୍ଣ ଭାବେ ବନ୍ଦ ରହିଛି |




