Thursday, October 15, 2026
Home ଜିଲ୍ଲା କନ୍ଧମାଳ ଫୁଲବାଣୀ କୋର୍ଟ ପରିସରରେ ମହିଳା କୋର୍ଟ ଉଦଘାଟନ

ଫୁଲବାଣୀ କୋର୍ଟ ପରିସରରେ ମହିଳା କୋର୍ଟ ଉଦଘାଟନ

29

ବାଲିଗୁଡା,୨୬-୧୧-୨୦୨୦(ସୁକାନ୍ତ କୁମାର ତ୍ରିପାଠୀ):
କନ୍ଧମାଳ ଜିଲ୍ଲାର ଫୁଲବାଣୀ କୋର୍ଟ ପରିସରରେ ଏକ ନୂତନ ମହିଳା କୋର୍ଟର ଉଦଘାଟନ ହୋଇଯାଇଛି। ଏହାକୁ ଭିଡିଓ କନଫରେନ୍ସି ମାଧ୍ୟମରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶ୍ରୀ ମହମ୍ମଦ ରଫିକ ଉଦଘାଟନ କରିଛନ୍ତି ।

ଆଜିକାଲି ଅନେକ କ୍ଷେତ୍ରରେ ମହିଳାମାନେ ନିର୍ଯ୍ୟାତିତ ହେବାର ଘଟଣା ପ୍ରତ୍ୟେକ ଦିନ ସାମ୍ନାକୁ ଆସିଥାଏ। କୋର୍ଟରେ ଦାୟାର ହେଉଥିବା କେସ ଗୁଡିକର ପରିମାଣ ଏତେ ବେଶି ଯେ ନିର୍ଯ୍ୟାତିତ ମହିଳାଟିଏ କୋର୍ଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଏ ହେଲେ ଉପଯୁକ୍ତ ନ୍ୟାୟ ପାଇବାରେ ଯଥେଷ୍ଟ ବିଳମ୍ବ ହୋଇଥାଏ। ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଆଜି ଫୁଲବାଣୀ ଠାରେ ମହିଳା କୋର୍ଟ ଉଦଘାଟିତ ହୋଇଯାଇଛି।

ଏହି ଉଦଘାଟିତ କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟଗଣ ହେଲେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍, ଓଡିଶା ହାଇକୋର୍ଟର ଅନ୍ୟତମ ବିଚାରପତି ତଥା ଜିଲ୍ଲାର ପୋର୍ଟଫୋଲିଓ ଜଜ୍ କେ. ଆର. ମହାପାତ୍ର, ରେଜିଷ୍ଟ୍ରାର ଜେନେରାଲ ମଳୟ ରଞନ ଦାସ, ରେଜିଷ୍ଟ୍ରାର ଆଡମିନିଷ୍ଟ୍ରେସନ ଶ୍ରୀ ରାଜେନ୍ଦ୍ର କୁମାର ତୋଶ, ଜିଲ୍ଲା ଜଜ୍ ଶ୍ରୀ ଶାରଦା ପ୍ରସାଦ ନାୟକ, ଫେମିଲି ଜଜ୍ ଶ୍ରୀ ନିରଞ୍ଜନ ପଣ୍ଡା, ଏଡିଜେ ଶ୍ରୀ ବିଳାସ ବେହେରା, ସିଜେଏମ୍ ଶ୍ରୀମତି ରଞ୍ଜିତା ଯୌତିଶି, ରେଜିଷ୍ଟ୍ରାର ଶ୍ରୀ ସୌଭାଗ୍ୟ ରଞନ ସ୍ୱାଇଁ, ଜେଏମଏଫସି ପ୍ରଜ୍ଞା ପରମିତା ମହାନ୍ତି, ଜେଏମଏସସି ପ୍ରେରଣାଶ୍ରୀ ଦେଓ, ନୂତନ ଭାବେ ନିଯୁକ୍ତ ମହିଳାକୋର୍ଟ ବିଚାରପତି ଶ୍ରୀମତି ଶିବାନୀ ଆଚାର୍ଯ୍ୟ,

ଜିଲ୍ଲା କୋର୍ଟର ପିପି ରଶ୍ମିତା ମହାପାତ୍ର, ସ୍ଥାନୀୟ ଜିଲ୍ଲାପାଳ ଡା. ବୃନ୍ଦା ଡି.,ଏସପି ଶ୍ରୀ ବିନିତ ଅଗ୍ରୱାଲ, ଜିଲ୍ଲା ବାର ଆସୋସିଏସନ୍ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ମହାନ୍ତି ,ବରିଷ୍ଠ ଆଇନଜୀବୀ ପ୍ରତାପ ପାତ୍ର, ଅସୀମ ପ୍ରହରାଜ,ଦେବବ୍ରତ ପ୍ରଧାନ,ଭି ଭି ରାମ ଦାସ,ହରିଶ୍ଚନ୍ଦ୍ର ମହାରଣା, ଅଜୟ ସିଂ, ଦୁର୍ଗା ଶଙ୍କର ପଟ୍ଟନାୟକ,ପଙ୍କଜ ଦିଗାଲ,ଏସ ବାନାର୍ଜୀ ମହିଳା ଆଇନଜୀବୀ ବୀଣାପାଣି ପ୍ରଧାନ, ନିହାରିକା ପାତ୍ର,ଓ ଅନ୍ୟାନ୍ୟ ଓକିଲ ବନ୍ଧୁ ଉପସ୍ଥିତ ଥିଲେ ।