Tuesday, October 13, 2026
Home ଜାତୀୟ ଅହମଦ ପଟେଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଅହମଦ ପଟେଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

33
Image: INdiatv

ନୂଆଦିଲ୍ଲୀ,୨୬-୧୧-୨୦୨୦(ଜ଼ିଲ୍ଲାଖବର):
ଅହମଦ ପଟେଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଅହମଦ ପଟେଲ ଜୀଙ୍କ ବିୟୋଗରେ ମର୍ମାହତ । ସେ ଦୀର୍ଘ ବର୍ଷ ଧରି ସମାଜର ସେବା କରିଛନ୍ତି । ତାଙ୍କର ବିଚକ୍ଷଣ ବୁଦ୍ଧି ପାଇଁ ସେ ଜଣାଶୁଣା । କଂଗ୍ରେସ ଦଳକୁ ମଜବୁତ କରିବାରେ ତାଙ୍କର ଭୂମିକା ପାଇଁ ସେ ସର୍ବଦା ସ୍ମରଣୀୟ । ତାଙ୍କ ପୁତ୍ର ଫଇଜଲଙ୍କ ସହିତ କଥା ହୋଇଛି ଏବଂ ସମବେଦନା ଜଣାଇଛି । ଅହମଦ ଭାଇଙ୍କ ଆତ୍ମାର ସଦଗତି କାମନା କରୁଛି” ।