
ଆସିକା,୨୬-୧୧-୨୦୨୦(ଜ଼ିଲ୍ଲା ଖବର):
ଆଜି ୨୬ ନଭେମ୍ବର ୨୦୨୦ ଦେଶବ୍ୟାପୀ ସାଧାରଣ ଧର୍ମଘଟ ସଫଳ କରିବା ପାଇଁ କ୍ରାନ୍ତିକାରୀ କୃଷକ ସଭା(A.I.K.K.S), ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ, ଆଦିବାସୀ ଭାରତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା, ଜଗନ୍ନାଥ ପ୍ରସାଦ, ଜାଡଧାର, ଭଞ୍ଜନଗର, ଆସିକା, ବ୍ରହ୍ମପୁର, କୁକୁଡାଖଣ୍ଡି, ହିଞ୍ଜିଳିକାଟୁ, ଧରାକୋଟରେ ରାସ୍ତା ଅବରୋଧ, ପିକେଟିଂ ହେବ ।
ଏହାର ନେତୃତ୍ୱ ନେବେ ଶଙ୍କର ସାହୁ, ଟୁନା ମଲ୍ଲିକ, ପି.ପାର୍ବତୀ, ପୂର୍ଣଚନ୍ଦ୍ର ପ୍ରଧାନ, ବଳଭଦ୍ର ମଲ୍ଲିକ, ଶ୍ୟାମ ଜାନି, ପି.ସନ୍ତୋଷ, ଟୁନା ଗୈ।ଡ଼, ପି.ଯୋଗେନ୍ଦ୍ର, ଗୋପାଳ କୃଷ୍ଣ ମଲ୍ଲିକ, ବୃନ୍ଦାବନ ବାରିକ, କେଶବ ସ୍ବାଇଁ, ଅକ୍ଷୟ ସାହୁ, ଗୈାତମ ନାହକ ଆଦି ବିଭିନ୍ନ ସ୍ଥାନରେ ନେତୃତ୍ୱ ନେବେ । ପୂର୍ବାହ୍ନ ୬ ଘଟିକା ରୁ ସନ୍ଧ୍ୟା ୬ଘଟିକ ପର୍ଯ୍ୟନ୍ତ ଧର୍ମଘଟ ଅନୁଷ୍ଠିତ ହେବ । ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିବେଦନ ପ୍ରସାର ଓ ପ୍ରସାରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇ ଶ୍ରମଜୀବୀ ଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ନିବେଦନ । ଶଙ୍କର ସାହୁ କହିଛନ୍ତି |



